Site icon ଆଜିକାଲି

ଦ୍ବାରଶୁଣି ଘାଟିରେ ଓଲଟିଲା ଟ୍ରକ୍, ଡ୍ରାଇଭର ମୃତ

ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ଥମୁନି ଦୁର୍ଘଟଣା । ପୁଣି ବାଙ୍ଗିରିପୋଷି ଦ୍ବାରଶୁଣି ଘାଟିରେ ଦୁର୍ଘଟଣା। ଓଲଟିଲା ଟ୍ରକ୍, ଡ୍ରାଇଭର ମୃତ।

ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଦ୍ୱାରାଶୁଣି ଘାଟିରେ ବ୍ରେକ ଫେଲ ଯୋଗୁ ଭାରସାମ୍ୟ ହରାଇ ଓଲଟିଲା ପିଆଜ ବୋଝେଇ ଟ୍ରକ୍ । ଟ୍ରକଟି ନାସିକରୁ ପିଆଜ ବୋଝେଇ କରି କୋଲକାତା ଅଭିମୁଖେ ଯାଉଥିବାବେଳେ ଏକ ଲୁହାପଥର ଗାଡ଼ିକୁ ଧକ୍କାଦେଇ ଓଲଟି ପଡ଼ିଥିଲା। ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

Exit mobile version