Site icon ଆଜିକାଲି

ଗୁହାଳଡ଼ି ଟ୍ରେନ ଲାଇନ ପ୍ରକଳ୍ପ କୁ ଟ୍ରକ ମାଲିକ ଙ୍କ ବରୋଧ,ସାମ୍ବାଦିକ ସମିଳନୀ କରି ସୂଚନା ଦେଲେ କେନ୍ଦୁଝର ଟ୍ରକ ମାଲିକ

କେନ୍ଦୁଝର, କେନ୍ଦୁଝର ଶୁଆକାଠି ଗନ୍ଧମାର୍ଦ୍ଧନ ମାଇନ୍ସ ଠାରୁ ଗୁହାଳଡ଼ି ଟ୍ରେନ ଲାଇନ ପ୍ରକଳ୍ପ ୨୦ କୋଟି ଟଙ୍କା ବଜେଟ ବେୟ ବରାଦ ରେ କେନ୍ଦ୍ର ସରକାର ଦ୍ୱାରା ଅନୁମୋଦିତ ହୋଇ ଜାହା ସିଧା ସଳଖ କେନ୍ଦୁଝର ଜିଲ୍ଲା ର ଭାତ ହାଣ୍ଡି କୁହା ଜାଉଥିବା ଟ୍ରକ ବେବସାୟ ଉପରେ ପଡ଼ିବାକୁ ଜାଉଅଛି। ତାହାକୁ ଦୃଢତା’ର ସହ ବିରୋଧ କରିବା ସହ ଘୋର ନିନ୍ଦା କରିଛନ୍ତି ଟ୍ରକ ମାଲିକ। ଓ.ଏମ.ସି ଗନ୍ଧମାର୍ଦ୍ଧନ ଠାରୁ ଗୁହାଳଢ଼ି ଟ୍ରେନ ଲାଇନ ପ୍ରକଳ୍ପ କୁ ବିରୋଧ କରିବା ପାଇଁ ଜନସାଧାରଣ ଓ ମିଡ଼ିଆ ର ସହଯୋଗ ନିହାତି ଆବଶ୍ୟକ ରହିଛି, ଟ୍ରକ ବେବସାୟ ଉପରେ କେନ୍ଦୁଝରର ଅର୍ଥନୀତି ନିର୍ଭର କରେ ବୋଲି ସାମ୍ବାଦିକ ସମ୍ମିଳନୀ ରେ ବରିଷ୍ଠ ଟ୍ରକ ମାଲିକ ତଥା ପୂର୍ବତନ ସାଧାରଣ ସମ୍ପାଦକ ପ୍ରଦୀପ ବାରିକ କହିଥିଲେ।ସାମ୍ବାଦିକ ମାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯାଇ ଟ୍ରକ ମାଲିକ
ଅଏସକାନ୍ତ ପଟ୍ଟନାୟକ କହିଥିଲେ କେନ୍ଦୁଝର ଜିଲ୍ଲା ଆପଣ ମାନଙ୍କର ମଧ୍ୟ,ବର୍ତମାନ ଯେହେତୁ ଆମ ସଂଘ ନେତୃ ବିହୀନ ହେଇଅଛି ତେଣୁ ଆପଣ ମାନଙ୍କର ତଥା ଜିଲ୍ଲା ବାସୀଙ୍କ ସହଯୋଗ ଆମେ କାମନା କରୁଛୁ।

Exit mobile version