Site icon ଆଜିକାଲି

ଓ.ଏମ୍.ସି ରୁ ଗୁହାଳଡ଼ିହି ପର୍ଯ୍ୟନ୍ତ ରେଳ ଲାଇନ ପ୍ରକଳ୍ପ କୁ ବିରୋଧ କରି ବିକ୍ଷୋଭ କଲେ ଟ୍ରକ ମାଲିକ

କେନ୍ଦୁଝର, କେନ୍ଦୁଝର ଶୁଆକାଟି ସ୍ଥିତ ଓ ଏମ୍ ସି ର ଗନ୍ଧମାର୍ଦ୍ଧନ ମାଇନ୍ସ ଠାରୁ ଗୁହାଳଡ଼ିହି ପର୍ଯ୍ୟନ୍ତ ଟ୍ରେନ ଲାଇନ ପ୍ରକଳ୍ପ ପାଇଁ ୨୦ କୋଟି ଟଙ୍କା ଗତ ବଜେଟ ରେ ବ୍ୟୟ ବରାଦ ପରେ କେନ୍ଦ୍ର ସରକାର ଦ୍ୱାରା ଅନୁମୋଦିତ ହୋଇଥିଲା । ଯାହାକି ସିଧା ସଳଖ କେନ୍ଦୁଝର ଜିଲ୍ଲା ର ଭାତ ହାଣ୍ଡି କୁହା ଯାଉଥିବା ଟ୍ରକ ବ୍ୟବସାୟ ଉପରେ ପ୍ରଭାବ ପାକଇବା ସହ କେନ୍ଦୁଝର ଜିଲ୍ଲାର ଜନସାଧାରଣ ଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯିବାର ସମ୍ଭାବନା କୁ ଏଡ଼ାଇ ଦିଆଯାଇ ନପାରେ । କେନ୍ଦୁଝର ଜିଲ୍ଲାର ୧୩ ଟି ବ୍ଲକ ର ଟ୍ରକ ମାଲିକ,ଡ୍ରାଇଭର, ହେଲପର, ତଥା ଟ୍ରକ ସହିତ ଜଡିତ ବିଭିନ୍ନ ବ୍ୟବସାୟ ସଂସ୍ଥାନ ପ୍ରତ୍ୟକ୍ଷ ଓ ପରୋକ୍ଷରେ ପାଖାପାଖି ୮୦ ହଜାର ପରିବାର ପ୍ରଭାବିତ ହେବେ ବୋଲି ଟ୍ରକ ମାଲିକ ମାନେ ଅଭିଯୋଗ କରିଛନ୍ତି । ସରକାର ଙ୍କ ଏହି ରେଳ ନୀତିକୁ ଦୃଢତା’ର ସହ ବିରୋଧ କରିବା ସହ ଘୋର ନିନ୍ଦା କରିଛନ୍ତି ଟ୍ରକ ମାଲିକ। ଶୁକ୍ରବାର ଦିନ ସହ ସହ ସଂଖ୍ୟାରେ ଟ୍ରକ ମାଲିକ ମାନେ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏବଂ ଟ୍ରକ ମାଲିକ ମାନେ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଧାନ ମନ୍ତ୍ରୀ, କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ, କେନ୍ଦ୍ର ରେଳ ମନ୍ତ୍ରୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ଙ୍କୁ ପ୍ରଦାନ କରିଛନ୍ତି । ଯଦି ସରକାର ମାଲିକଙ୍କ ଦୁଃଖ ନ ବୁଝିବେ ତେବେ ଆଗାମି ଦିନ ରେ ଆନ୍ଦୋଳନ ଯୋରଦାର ହେବ ବୋଲି ଟ୍ରକ ମାଲିକ ମାନେ ଚେତାବନୀ ଦେଇଛନ୍ତି ।

Exit mobile version