Site icon ଆଜିକାଲି

ରାଜ୍ୟବାସୀଙ୍କ ଆସ୍ଥା ଓ ଭରସା ବିଜେଡି ପାଇଁ ବଡ଼ ପୁଞ୍ଜି : ମୁଖ୍ୟମନ୍ତ୍ରୀ

ପୁରୀ : ବିଜୁ ଜନତା ଦଳର ୨୬ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଜି ପୁରୀ ତାଳବଣିଆରେ ରାଜ୍ୟସ୍ତରୀୟ ସମାବେଶ ଆୟୋଜିତ ହୋଇଛି । ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାବେଶରେ ଯୋଗ ଦେଇଥିବା ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି।ନୂଆବର୍ଷର ଆଗୁଆ ଶୁଭେଚ୍ଛା ସହ ଲୋକଙ୍କ ପାଇଁ ନିସ୍ୱାର୍ଥପର କାର୍ଯ୍ୟ ଜାରି ରଖିବାକୁ ଦଳର ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ । ଆଦିବାସୀ, ଦଳିତ, ଚାଷୀଙ୍କ ପାଇଁ ଭଲ କାମ କରିବାକୁ ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ ।

ସେ କହିଛନ୍ତି ଯେ, ଓଡ଼ିଶାବାସୀ ଦୀର୍ଘ ବର୍ଷ ସେବା କରିବାକୁ ବିଜେଡିକୁ ସୁଯାେଗ ଦେଇଛନ୍ତି । ଏ ସୁଯାେଗ ଦେଇଥିବାରୁ ଦଳ ରାଜ୍ୟବାସୀଙ୍କ ନିକଟରେ ଋଣୀ । ରାଜ୍ୟବାସୀଙ୍କ ଆସ୍ଥା ଓ ଭରସା ବିଜେଡି ପାଇଁ ବଡ଼ ପୁଞ୍ଜି ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ଆମ ସ୍ବପ୍ନର ଓଡ଼ିଶା ଗଠନରେ ସମସ୍ତେ ସହଯାେଗ କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ଅତୀତରେ କେଉଁଠି ଥିଲା, ଏବେ ରାଜ୍ୟ ବିକାଶରେ କେଉଁଠି ପହଞ୍ଚିଛି ତାହା ସାରା ବିଶ୍ବ ଜାଣିଛି । ବିଜେଡି ଏବେ ଆଉ ଦଳ ନୁହଁ ଏକ ସାମାଜିକ ଆନ୍ଦାେଳନରେ ପରିଣତ ହୋଇଛି ବୋଲି ନବୀନ କହିଛନ୍ତି । ଓଡ଼ିଶାର ଉନ୍ନତି ସହ ସ୍ବଚ୍ଛ ଓ ନିର୍ମଳ ଶାସନ ବିଜେଡିର ଏକମାତ୍ର ଏଜେଣ୍ଡା । ମହିଳା ସଶକ୍ତିକରଣକୁ ବିଜେଡି ସର୍ବାଧିକ ଗୁରୁତ୍ବ ଦେଇ ଆସୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Exit mobile version