Site icon ଆଜିକାଲି

୨୭ ଫେବୃଆରୀ ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ– ସଫଳତା ହାସଲ ହେବ । ପୂର୍ବରୁ ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ । ଭାଇଙ୍କ ସହିତ ବିବାଦ ହୋଇପାରେ । ଛାତ୍ରମାନେ ଏକାଗ୍ର ମନ ସହିତ ଶିକ୍ଷା ପାଇବାକୁ ଚେଷ୍ଟା କରିବା ଉଚିତ୍ । ପ୍ରେମ ସଂପର୍କରେ ମନୋମାଳିନ୍ୟ ଦେଖାଦେବ ।

ବୃଷ– ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ପ୍ରଭାବଶାଳୀ ରହିବ। ଭୂମି କ୍ରୟକରିବେ । କର୍ମ କ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସମର୍ଥନ ପାଇବେ । ପାରିବାରିକ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀମାନେ ସଫଳତା ପାଇବେ ।

ମିଥୁନ– ନୂଆ ରୋଜଗାରର ପନ୍ଥା ପାଇବେ । ରାଜନୀତିରେ ସଫଳ ହେବେ। ବ୍ୟବସାୟରେ ଲାଭ ହେବ । ନୂତନ ଚାକିରିର ଯୋଗ ଅଛି । ମିଳୁନଥିବା ଟଙ୍କା ଫେରି ପାଇବେ । ଘରେ ଖୁସିର ପରିବେଶ ରହିବ । ବିଦ୍ୟାର୍ଥୀ ଉପକୃତ ହେବେ ।

କର୍କଟ– କାମ କରିବା ସମୟରେ ସାବଧାନ ରୁହନ୍ତୁ । ଚୋରି ଭୟ ଥିବାରୁ ମୂଲ୍ୟବାନ ସାମଗ୍ରୀର ଯତ୍ନ ନିଅନ୍ତୁ । ସନ୍ଧ୍ୟା ସୁଦ୍ଧା କିଛି ଭଲ ଖବର ପାଇ ଖୁସି ଅନୁଭବ କରିବେ । ମନରେ ଶାନ୍ତି ରହିବ ଚାକିରି ଏବଂ ବ୍ୟବସାୟରେ ନୂତନ ସୁଯୋଗ ମିଳିବ ।

ସିଂହ– ଦିନଟି ଖୁସିରେ କଟିବ । ପରିବାରର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଚାକିରିରେ ଚାପ ବୃଦ୍ଧି ପାଇବ । ଲାଗିଥିବା ସମସ୍ୟାର ସମାଧାନ ହେବ । ବ୍ୟବସାୟରେ ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି । ବିଦ୍ୟାର୍ଥୀମାନେ ସାମାନ୍ୟ ଚିନ୍ତାରେ ରହିବେ ।

କନ୍ୟା– କାମ କରିବାକୁ ନୂଆ ସୁଯୋଗ ପାଇବେ । ସମସ୍ୟାର ସମାଧାନ ହେବ । ପରିବାର ସଦସ୍ୟ ସାହାଯ୍ୟ କରିବେ । ପୁରୁଣା ବନ୍ଧୁଙ୍କୁ ଭେଟି ଖୁସି ଅନୁଭବ କରିବେ । ବ୍ୟବସାୟରେ କ୍ଷତି ହେବ । ବିଦ୍ୟାର୍ଥୀମାନଙ୍କର ଭ୍ରମଣ ଯୋଗ ରହିଛି ।

ତୁଳା– ମୂଲ୍ୟବାନ ବସ୍ତୁ କ୍ରୟ କରିବେ । ବ୍ୟବସାୟରେ ଉନ୍ନତି ହେବ । ପତି-ପତ୍ନୀଙ୍କ ସମର୍ଥନରେ ପରିବାର ଆଗକୁ ବଢ଼ିବ । ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଭଲ ରହିଛି । ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ହେବ।

ବିଛା– ଦିନଟି ମିଶ୍ର ଫଳ ପ୍ରଦାନ କରିବ । ଅଟକିଥିବର କାର୍ଯ୍ୟ ଶେଷ ହେବ । ଭ୍ରମଣ ଯୋଗ ରହିଛି । ସାମାଜିକ କାର୍ଯ୍ୟରେ ଜଡ଼ିତ ହେବେ। ସମ୍ମାନ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ । ଚାକିରି ବିଷୟରେ ଚିନ୍ତିତ ହେବେ । ବିଦ୍ୟାର୍ଥୀମାନେ ସଫଳତା ଅର୍ଜନ କରିବେ ।

ଧନୁ– ସମସ୍ତ କାର୍ଯ୍ୟ ସହଜରେ ସମାପ୍ତ ହେବ । ବ୍ୟବସାୟରେ ସମସ୍ୟା ସମାପ୍ତ ହେବାର ସମ୍ଭାବନା ଅଛି । ସାଙ୍ଗମାନଙ୍କୁ ସାହାଯ୍ୟ କରିବେ ।ଚାକିରି କ୍ଷେତ୍ରରେ ଉଚ୍ଚ ପଦବୀ ମିଳିବ । ଭ୍ରମଣରେ ଯାଇପାରନ୍ତି । ବିଦ୍ୟାର୍ଥୀ ଆଶାବାଦୀ ହେବେ ।

ମକର– ଭଲ ସୁଯୋଗ ପାଇପାରିବେ । ପରିବାରରେ ଯଥାସମ୍ଭବ ଶାନ୍ତ ରୁହନ୍ତୁ । ବ୍ୟବସାୟରେ ସମନ୍ୱୟ ରକ୍ଷା କରନ୍ତୁ । ନୂଆ ଦ୍ରବ୍ୟ କ୍ରୟ କରିବାକୁ ଚିନ୍ତା କରିବେ । ଚାକିରିରେ ମନୋମାଳିନ୍ୟ ଦେଖା ଦେଇପାରେ। ଦାମ୍ପତ୍ୟ ଜୀବନ ମଧ୍ୟମ ରହିବ ।

କୁମ୍ଭ – ବିନା କାରଣରେ ଚିନ୍ତିତ ହେବେ । ବ୍ୟବସାୟରେ ସାବଧାନ ରୁହନ୍ତୁ । ବିପଦପୂର୍ଣ୍ଣ କାର୍ଯ୍ୟକଳାପରୁ ଦୂରରେ ରୁହନ୍ତୁ । ଭଲ ସୁଯୋଗର ଲାଭ ଉଠାଇବାକୁ ଚେଷ୍ଟା କରନ୍ତୁ । ପାରିବାରିକ ସୁଖ ଏବଂ ସନ୍ତୁଷ୍ଟ ହେବ ।

ମୀନ– ସନ୍ଧ୍ୟାରେ ଖୁସି ଖବର ପାଇ ଆତ୍ମ ସନ୍ତୋଷ ଲାଭ କରିବେ । କର୍ମକ୍ଷେତ୍ରରେ ସଫଳତାର ସମ୍ଭାବନା ଅଛି । ହଠାତ୍ ଧନ ପ୍ରାପ୍ତିର ଯୋଗ ଅଛି । ବ୍ୟବସାୟରେ ଲାଭର ବିଶେଷ ସମ୍ଭାବନା ରହିଛି । ବିଦ୍ୟାର୍ଥୀମାନେ ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି ।

Exit mobile version