Site icon ଆଜିକାଲି

୦୯ ଜାନୁଆରୀ ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ– ନିରବତା ରକ୍ଷା କଲେ ସଫଳ ହେବେ। କର୍ମମୟ ଜୀବନରୁ ଆସ୍ଵସ୍ତି ମିଳିବ । ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ । ସୁଖ ହାନି ହୋଇପାରେ । କୌଣସି ସଭାରେ ସମ୍ମାନିତ ହୋଇପାରିନ୍ତି । ପ୍ରେମ ସମ୍ପର୍କରେ ମତଭେଦ ସୃଷ୍ଟି ହେବ । ଛାତ୍ର ଛାତ୍ରୀମାନେ ଏତେ ଭଲ ଫଳ ମିଳିନପାରେ।

ବୃଷ– ବନ୍ଧୁଙ୍କ ସହଯୋଗ ଲାଭ କରିବେ । ଦିନଟି ଭଲ ଫଳ ଦେବ । ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ । ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ହେବ । ଆୟର ଯୋଗ ରହିଛି । କାହାକୁ ଉଧାର ଦିଅନ୍ତୁ ନାହିଁ । ଉଚ୍ଚ ସ୍ଥାନରୁ ଖୁସିର ବାର୍ତ୍ତା ମିଳିବ ।

ମିଥୁନ– ଶତ୍ରୁ ଜୟ କରିବେ । ବାକି ଥିବା କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ ହେବ । ପରୋପକାର କରି ଖୁସି ଅନୁଭବ କରିବେ । ସ୍ବାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖାଦେଇପାରେ। ପରିବାରରେ ଶୁଭ କର୍ମ ହେବ । ବ୍ୟବସାୟୀମାନେ ଲାଭବାନ ହେବେ ।

କର୍କଟ– ବିନା କାରଣରେ ଚିନ୍ତିତ ହୋଇପାରନ୍ତି । ବ୍ୟବସାୟରେ ସାବଧାନ ରୁହନ୍ତୁ । ବିପଦପୂର୍ଣ୍ଣ କାର୍ଯ୍ୟକଳାପରୁ ଦୂରରେ ରୁହନ୍ତୁ । ଭଲ ସୁଯୋଗର ଲାଭ ଉଠାଇବାକୁ ଚେଷ୍ଟା କରନ୍ତୁ । ପାରିବାରିକ ସୁଖ ଏବଂ ସନ୍ତୁଷ୍ଟ ହେବ ।

ସିଂହ– ପ୍ରତିରୋଧର ଶିକାର ହୋଇପାରନ୍ତି । କର୍ମକ୍ଷେତ୍ରରେ ସଫଳତାର ସମ୍ଭାବନା ଅଛି । ଆକସ୍ମିକ ଧନପ୍ରାପ୍ତିର ଯୋଗ ଅଛି । ବ୍ୟବସାୟରେ ଲାଭର ବିଶେଷ ସମ୍ଭାବନା ରହିଛି । ବିଦ୍ୟାର୍ଥୀମାନେ ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି ।

କନ୍ୟା– ଅର୍ଥ ନିବେଶ ପାଇଁ ଦିନଟି ଖୁବ୍ ଭଲ ରହିଛି । ସନ୍ତାନଙ୍କ ପାଇଁ ସାମାନ୍ୟ ଚିନ୍ତାରେ ରହି ପାରନ୍ତି । ପ୍ରେମ ସମ୍ପର୍କରେ ନୂତନ ଆଶା ଉଜ୍ଜୀବିତ ହେବ । କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ବିଦ୍ୟାର୍ଥୀମାନେ ସଫଳତା ଅର୍ଜନ କରିବେ।

ତୁଳା– ଦିନଟି ଭଲ ଫଳ ଦେବ । ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ ରହିଛି । ରାଜନୀତି ସମ୍ମାନିତ ହେବାର ଯୋଗ ଅଛି । କାର୍ଯ୍ୟ କ୍ଷେତ୍ରରେ ଦାୟିତ୍ବବାନ ହେବେ । ଗୃହରେ ପୂଜା ପାଠର ଆୟୋଜନ ହେବ ।

ବିଛା– ଜୀବନରେ କରିଥିବା ଭଲ କର୍ମର ଫଳ ମିଳିପାରେ। ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି । ପୁରୁଣା ଋଣ ପରିଶୋଧ କରିବାକୁ ସକ୍ଷମ ହେବେ । ଅଟକି ରହିଥିବା ଧନପ୍ରାପ୍ତ ହୋଇପାରେ।

ଧନୁ– ଅନ୍ୟ ଚର୍ଚ୍ଚା କରି ସମୟ ନଷ୍ଟ କରିବେ । ଅଧିକ ପରିଶ୍ରମରେ ଦିନଟି କଟିବ । ବ୍ୟବସାୟରେ ଆଶାନୁରୂପ ଫଳ ପ୍ରାପ୍ତି ହେବ । ଛାତ୍ର ଛାତ୍ରୀ ମାନେ ସମୟ ନଷ୍ଟ କରିବେ । ବହୁ ସମୟରୁ ଲାଗି ରହିଥିବା କଳହର ପୂର୍ଣ୍ଣଚ୍ଛେଦ ପଡ଼ିବ।

ମକର– ଧନ ପ୍ରାପ୍ତି ଯୋଗ ରହିଛି । ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଦେଇଥିବା ପରୀକ୍ଷା ଉତୀର୍ଣ୍ଣ ହେବାର ଯୋଗ ରହିଛି । ପ୍ରେମ ସମ୍ପର୍କ ନିବିଡ଼ ହେବ । ଅଯଥା କଳହରୁ ନିଜକୁ ଦୂରେଇ ରଖନ୍ତୁ । ନୂତନ ଦ୍ରବ୍ୟ କ୍ରୟ କରିବା ପାଇଁ ଦିନଟି ବହୁତ୍ ଭଲ ରହିଛି ।

କୁମ୍ଭ– ଆୟର ଯୋଗ ରହିଛି । ନୂଆ ଚାକିରି ମିଳିପାରେ । ପରିବାର ଲୋକଙ୍କ ସହିତ କିଛି ବିଶେଷ ମୁହୂର୍ତ୍ତ ଅତିବାହିତ କରିପାରନ୍ତି । ବ୍ୟବସାୟ ଭଲ ହେବ । ଛାତ୍ର ଛାତ୍ରୀ ମାନେ ପାଠରେ ମନଯୋଗ ଦେବେ ।

ମୀନ– ଧନ ପ୍ରାପ୍ତି ଯୋଗ ରହିଛି । ବଡ଼ ସଫଳତା ମିଳିପାରେ । ସ୍ବାସ୍ଥ୍ୟାବସ୍ଥା ମଧ୍ୟମ ରହିବ । ଶତ୍ରୁଙ୍କୁ ଭୟ କରିବେ । ଅଧିକ ପରିଶ୍ରମରେ ଦିନଟି କଟିବ । ବ୍ୟବସାୟରେ ସାବଧାନତା ଅବଲମ୍ବନ କରନ୍ତୁ । ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ଉତ୍ତମ ହେବ ନାହିଁ ।

Exit mobile version