Site icon ଆଜିକାଲି

୨୦ ଜୁନ ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ। କ୍ୟାରିୟରରେ ଉନ୍ନତିର ଅବସର ପ୍ରାପ୍ତ ହେବ।

ବୃଷ: ଆଜି ଭାଗ୍ୟ ସାଥ୍‌ ଦେବ। କୌଣସି ବଡ଼ କମ୍ପାନୀରେ ପାର୍ଟନରସିପ୍‌ କରିବାର ମଉକା ମିଳିବ। ଜୀବନସାଥୀ ଆପଣଙ୍କ ଉପରେ ଖୁସି ହେବେ।

ମିଥୁନ: ଚାକିରିଆଙ୍କୁ ପ୍ରମୋସନ ମିଳିପାରେ। ଛାତ୍ରମାନେ ପାଠପଢ଼ାରୁ ମନ ହଟାଇ ପାରନ୍ତି। ଅଫିସ୍‌ରେ ମହିଳାମାନଙ୍କ କାମ ବୋଝ କମ୍‌ ରହିବ।

କର୍କଟ: ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରିବେ ନାହିଁ। ଅନ୍ୟର ମାମଲାରେ ନିଜର ରାୟ ଦେବେ ନାହିଁ। ଛାତ୍ରମାନେ ଅଧିକ ପରିଶ୍ରମ କରିବେ।

ସିଂହ: ଆଜିର ଦିନ ଖାସ୍‌ ରହିବ। ନିଜକୁ ଆର୍ଥିକ ରୂପେ ମଜଭୁତ କରିବେ। ଜୀବନସାଥୀଙ୍କ ଉପରେ ପୂରା ବିଶ୍ୱାସ କରନ୍ତୁ, ସମ୍ପର୍କ ଦୃଢ଼ ହେବ।

କନ୍ୟା: ଆଜି ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। କୌଣସି ସାମାଜିକ ସମାରୋହରେ ଭାଗ ନେବେ। ବିଭିନ୍ନ ବ୍ୟଞ୍ଜନର ଆନନ୍ଦ ଉଠାଇବେ।

ତୁଳା: ଆଜି ଅଫିସ୍‌ରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ରହିବାକୁ ପଡ଼ିବ। ଦିନଟି ବହୁତ ଭଲ। ଘରଲୋକଙ୍କ ସହ କୌଣସି କଥାକୁ ନେଇ ଆଲୋଚନା କରିବେ।

ବିଛା: ଆପଣ ଛୋଟ ଛୋଟ କଥାରେ ଖୁସି ଖୋଜିବେ। ବିରୋଧୀ ବନ୍ଧୁର ହାତ ବଢ଼ାଇବେ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ମଜଭୁତ ହେବ।

ଧନୁ: ଦୋକାନୀମାନଙ୍କୁ ଆଶାଠାରୁ ଅଧିକ ଧନଲାଭ ହେବ। ଯେଉଁ କାମରେ ହାତ ଦେବେ, ସେଥିରେ ସଫଳ ହେବେ। ଭାଗ୍ୟ ସମର୍ଥନ କରିବ।

ମକର: ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ। ଆଜି ଅଧିକ ଭାବୁକ ହେବେ ନାହିଁ। ଜୀବନସାଥୀ ଆପଣଙ୍କ କଥାକୁ ବୁଝିବାକୁ ଚେଷ୍ଟା କରିବେ।

କୁମ୍ଭ: ଆଜି ନିଜକୁ ବହୁତ ଗର୍ବିତ ଅନୁଭବ କରିବେ। ଜୀବନସାଥୀଙ୍କଠାରୁ ଭଲ ଖବର ମିଳିବ। ଅସହାୟଙ୍କୁ ବସ୍ତ୍ର ଦିଅନ୍ତୁ, ଜୀବନରେ ଖୁସି ଆସିବ।

ମୀନ: ଆର୍ଥିକ ସମସ୍ୟାର ସମାଧାନ ବାହାରିବ। କେହି ସାଙ୍ଗ ଆପଣଙ୍କୁ ସାହାଯ୍ୟ କରିବ। ସନ୍ଧ୍ୟାରେ ଘରଲୋକଙ୍କ ସହ ମିଶି ଭଲ ସମୟ ବିତାଇବେ।

Exit mobile version