Site icon ଆଜିକାଲି

୦୩ ଅକ୍ଟୋବର ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। କୌଣସି ଡିଲ୍‌ ଫାଇନାଲ୍‌ କରିବାକୁ ମଉକା ମିଳିବ। ଆପଣଙ୍କୁ ମାନ ସମ୍ମାନ ମିଳିବ।

ବୃଷ: ଆପଣ ଚିନ୍ତିତ ରହିବେ। ଆପଣଙ୍କ ସ୍ୱଭାବ ଚିଡଚିଡା ରହିବ, ଯାହା ପରିବାର ଲୋକଙ୍କୁ ପସନ୍ଦ ଆସିବ ନାହିଁ। କାମ ଅଧିକ ରହିବ।

ମିଥୁନ: ବେପାର ମାମଲାରେ ଆପଣଙ୍କ ଦିନ ଭଲ ରହିବ। ଆପଣଙ୍କୁ ଗୋଟିଏ ପରେ ଗୋଟିଏ ଖୁସି ଖବର ଶୁଣିବାକୁ ମିଳିବ।

କର୍କଟ: ସାଙ୍ଗମାନଙ୍କ ସହିତ ମଉଜ ମସ୍ତିରେ ଦିନ କଟିବ। ବଡ଼ କାମରେ ନିବେଶ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତି ସହ କଥାବାର୍ତ୍ତା କରନ୍ତୁ।

ସିଂହ: ଆପଣଙ୍କ ଦିନ ଫଳଦାୟକ ରହିବ। ନିଜର ନିର୍ଣ୍ଣୟ ନେବାର କ୍ଷମତାକୁ ମଜଭୁତ ରଖନ୍ତୁ। ପରିବାରରେ ସ୍ନେହ, ପ୍ରେମ ରହିବ।

କନ୍ୟା: ପାର୍ଟନରସିପ୍‌ରେ କୌଣସି କାମ କରନ୍ତୁ ନାହିଁ। ଚାକିରି କରୁଥିବା ଲୋକଙ୍କୁ ନିଜ କାମରେ ସାବଧାନ ରହିବାକୁ ପଡ଼ିବ।

ତୁଳା: ନୂଆ ଲୋକଙ୍କ ସହ ସମ୍ପର୍କ ଗଢ଼ି ଉଠିବ। ମାନ ସମ୍ମାନ ବୃଦ୍ଧି ହେବା ଦ୍ୱାରା ମନ ପ୍ରସନ୍ନ ରହିବ। ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ।

ବିଛା: ଧନ ସମ୍ବନ୍ଧୀୟ ମାମଲାରେ ଦିନଟି ଭଲ ରହିବ। ବେପାରରେ ଅଟକିଥିବା ଧନ ମିଳିପାରେ। କୌଣସି ବାଦ ବିବାଦରେ ପଡ଼ନ୍ତୁ ନାହିଁ।

ଧନୁ: ଆଜି କୌଣସି ନୂଆ ଗାଡ଼ି କିଣିପାରନ୍ତି। ବୁଝାମଣାରେ କୌଣସି କାମ ଆରମ୍ଭ କଲେ, ତାହା ଆପଣଙ୍କ ପାଇଁ ଭଲ ହେବ।

ମକର: କୌଣସି ଆଇନ ମାମଲାରେ ସଫଳତା ହାସଲ କରି ପାରନ୍ତି। କାର୍ଯ୍ୟକ୍ଷେତ୍ରରେ ବାଧା ଦୂର କରିବାକୁ ଚେଷ୍ଟା କରନ୍ତୁ। ଉତ୍ତମ ସମ୍ପତ୍ତି ଲାଭ କରିବେ।

କୁମ୍ଭ: ସ୍ୱାସ୍ଥ୍ୟ ସମସ୍ୟାରୁ ଆରାମ ମିଳିବ। ଆର୍ଥିକ ସ୍ଥିତିକୁ ମଜଭୁତ କରିବାକୁ ଚେଷ୍ଟା କରନ୍ତୁ। ସମାଜରେ ଆପଣଙ୍କ ମାନ ସମ୍ମାନ ବଢ଼ିବ।

ମୀନ: ଘରକୁ କୌଣସି ଖାସ୍‌ ଅତିଥି ଆସିବା ଦ୍ୱାରା ମନ ଖୁସି ରହିବ। ମାନ ସମ୍ମାନ ମିଳିବ। କୌଣସି ନୂଆ କାମ ଆରମ୍ଭ କରି ପାରନ୍ତି।

Exit mobile version