Site icon ଆଜିକାଲି

୧୨ ସେପ୍ଟେମ୍ବର ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: ସଂଯତ ରୁହନ୍ତୁ। କ୍ରୋଧ ଏବଂ ବିବାଦଠାରୁ ଦୂରେଇ ରୁହନ୍ତୁ। ମା’, ବାପାଙ୍କ ସାଥ୍‌ ମିଳିବ। ସାଙ୍ଗମାନଙ୍କ ସହଯୋଗ ମିଳିବ।

ବୃଷ: ଚାକିରିର ମାର୍ଗ ପ୍ରଶସ୍ତ ହେବ। ଆୟ ବୃଦ୍ଧି ହେବ। ମନରେ ଉତ୍ସାହ ବଢ଼ିବ। ଭାଇ, ଭଉଣୀଙ୍କ ସହଯୋଗ ଆବଶ୍ୟକ କରିବେ।

ମିଥୁନ: ବ୍ୟବସାୟରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଖର୍ଚ୍ଚ ବୃଦ୍ଧି ପାଇବ। ସଞ୍ଚିତ ଧନ ଖର୍ଚ୍ଚ ହୋଇପାରେ।

କର୍କଟ: ବାଣୀରେ ମଧୁରତା ରହିବ। ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଧାର୍ମିକ କାର୍ଯ୍ୟ ପ୍ରତି ଆକୃଷ୍ଟ ହେବେ। ଲାଭ ବୃଦ୍ଧି ପାଇବ।

ସିଂହ: ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ। ଚାକିରିରେ ଯୁବକମାନଙ୍କୁ ଅବସର ମିଳିପାରେ। ବସ୍ତ୍ର ଉପହାର ପ୍ରାପ୍ତ ହୋଇପାରେ।

କନ୍ୟା: ଧୌର୍ଯ୍ୟ କମି ପାରେ। ପରିବାରର ସହଯୋଗ ପାଇବେ। ଯାତ୍ରା ଖର୍ଚ୍ଚ ବଢ଼ିପାରେ। ବାଦ ବିବାଦ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।

ତୁଳା: ମାନସିକ ଶାନ୍ତି ରହିବ। ଆୟ କମିବ ଏବଂ ଖର୍ଚ୍ଚ ବଢ଼ିବ। ମିତ୍ରଙ୍କଠାରୁ ଧନ ପ୍ରାପ୍ତି ହୋଇପାରେ। ମାନ ସମ୍ମାନ ବଢ଼ିବ। ଭବନ ସୁଖ ବଢ଼ିବ।

ବିଛା: କୌଣସି ପୁରୁଣା ସାଙ୍ଗ ଆପଣଙ୍କୁ ଭେଟି ପାରନ୍ତି। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସଞ୍ଚିତ ଧନ ବଢ଼ିବ। ଅଧ୍ୟୟନ ପ୍ରତି ରୁଚି ବଢ଼ିପାରେ।

ଧନୁ: ପଠନ ପ୍ରତି ଆକୃଷ୍ଟ ହେବେ। ବୌଦ୍ଧିକ କାର୍ଯ୍ୟରେ ଆପଣଙ୍କ ମାନ ସମ୍ମାନ ବଢ଼ିବ। ଖର୍ଚ୍ଚ କମିବ। ଆଳସ୍ୟ ଅଧିକ ରହିବ।

ମକର: ପରିବାର ଲୋକଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଖର୍ଚ୍ଚ ବୃଦ୍ଧି ପାଇବ। ମାନସିକ ଶାନ୍ତି ପାଇଁ ପ୍ରୟାସ କରନ୍ତୁ। ସାଙ୍ଗମାନଙ୍କ ସହଯୋଗ ପାଇବେ।

କୁମ୍ଭ: ମାନସିକ ଶାନ୍ତି ବଜାୟ ରଖନ୍ତୁ। ବ୍ୟବସାୟ ଉପରେ ଧ୍ୟାନ ଦିଅନ୍ତୁ। ମିତ୍ରଙ୍କ ସହଯୋଗ ମିଳି ପାରେ। ଘରେ ଧାର୍ମିକ କାର୍ଯ୍ୟ ହେବ।

ମୀନ: ଅଫିସ୍‌ରେ ଅତିରିକ୍ତ ଦାୟିତ୍ୱ ମିଳିପାରେ। ସଂଯତ ରୁହନ୍ତୁ। ପରିଶ୍ରମ ଅଧିକ କରିବେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ସନ୍ତାନ ସୁଖ ବଢ଼ିବ।

Exit mobile version