Site icon ଆଜିକାଲି

ଡବଲ ମର୍ଡର ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର : ରାଜଧାନୀର କଲ୍ୟାଣୀ ପ୍ଲାଜା ଆପାର୍ଟମେଣ୍ଟରେ ଗାଡି ପାର୍କିଂ ଡବଲ ମର୍ଡର ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ପ୍ରଦୀପକୁ ପୁରୀରୁ ଗିରଫ କରାଯାଇଥିବାବେଳେ ଗଣେଶକୁ ଚଣ୍ଡିଖୋଲରୁ ଗିରଫ କରାଯାଇଛି ।

ଅଭିଯୁକ୍ତ ଗଣେଶ ଦୁଇ ଦିନ ତଳେ ଗାଡି ରଖିବାକୁ ମନା କରିଥିଲା। ପାର୍କିଂ ଆଲର୍ଟ ନଥିବାରୁ ମୃତକ ରଶ୍ମୀ ଗାଡି ରଖିଥିଲେ । ତାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଉତ୍ତ୍ୟକ୍ତ ହୋଇ ପ୍ରଦୀପ ଛୁରୀରେ ରଶ୍ମୀକୁ ଆକ୍ରମଣ କରିଥିଲେ। ଅଟକାଇବାରୁ ରଶ୍ମୀର ସାଙ୍ଗ ସମ୍ବିତଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ରଶ୍ମୀ ଓ ସମ୍ବିତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏ ନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି ପ୍ରତୀକ ସିଂ।

Exit mobile version