Site icon ଆଜିକାଲି

ନକଲି ଔଷଧ କାରବାର ଘଟଣାରେ ଦୁଇ ଏଜେନ୍ସି ମାଲିକ ଗିରଫ

କଟକ : କଟକରେ ନକଲି ଔଷଧ କାରବାର ଘଟଣାରେ ନୟା ସଡକର ଦୁଇ ଏଜେନ୍ସି ମାଲିକଙ୍କୁ ଗିରଫ କଲା ପୁରୀ ଘାଟ ଥାନା ପୋଲିସ । ପୂର୍ବରୁ ଗିରଫ ଡିଷ୍ଟ୍ରିବିୟୁଟରଙ୍କ ଠାରୁ ଔଷଧ କିଣୁଥିଲେ ଏମାନେ । ପୂର୍ବରୁ ଏହି ମାମଲାରେ ୬ ଜଣଙ୍କୁ ପୋଲିସ ଗିରଫ କରିସାରିଛି ।

ସୂଚନା ଯେ, କିଛି ଦିନ ତଳେ କଟକର ବିଭିନ୍ନ ସ୍ଥାନରେ ନକଲି ମେଡିସିନ୍‌ କାରବାର ନେଇ ସୂଚନା ପାଇଥିଲା ଡ୍ରଗ କଂଟ୍ରୋଲର ଟିମ । ଏହାପରେ ଉକ୍ତ ସ୍ଥାନମାନଙ୍କରେ ଚଢାଉ କରିଥିଲେ । ଏହି ଚଢାଉରେ ବିପୁଳ ପରିମାଣର ନକଲି ମେଡିସିନ ଜବତ ହୋଇଥିଲା । ଏକ ନାମୀ କମ୍ପାନୀର ଔଷଧକୁ ନକଲି କରି ବିକ୍ରି କରୁଥିଲେ । ଘଟଣା ଜଣାପଡିବା ପରେ ଦୁଇ ହୋଲସେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା କଟକ ଜିଲ୍ଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ସଂଘ । ଉଭୟ ବ୍ୟବସାୟୀଙ୍କର ସଦସ୍ୟତା ରଦ୍ଧ କରିଛି ସଂଘ । ପରେ ସେହି ଦୁଇ ହୋଲସେଲର ମଧ୍ୟ ଗିରଫ ହୋଇଥିଲେ ।

Exit mobile version