Site icon ଆଜିକାଲି

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଚାରି ଜଣ ଗୁରୁତର

ମୋରଡ଼ା : ମୟୁରଭଞ୍ଜ ଜିଲା ମୋରଡ଼ା ଥାନା ଚିତ୍ରଡ଼ା ଫାଣ୍ଡି ଅଧିନ ଅସ୍ତିଆ ନିକଟରେ ଦୁର୍ଘଟଣା । ବୁଧବାର ପ୍ରବଳ କୁହୁଡ଼ି ହୋଇଥିବା କାରଣରୁ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଚିତ୍ରଡ଼ା ପଟୁକୁ ଯାଉଥିବା ବାଇକ୍‌ରେ ଦୁଇ ଜଣ ଥିବା ବେଳେ ବାରିପଦା ପଟୁ ଆସୁଥିବା ବାଇକ୍‌ରେ ମଧ୍ୟ ଦୁଇ ଜଣ ବସିଥିଲେ । ଉଭୟଙ୍କ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ଚାରି ଜଣ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିଥିଲେ । ସ୍ଥାନୀୟଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଜରିଆରେ ବାରମାଇଲ୍‌ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ତେବେ ଗୁରୁତର ଥିବା ଚାରିଜଣଙ୍କ ମଧ୍ୟରୁ ଦୁଇ ଜଣ ଭାଲିଆଡିହା ଗାଁର ବୋଲି ଜଣାପଡିଛି । ସେପଟେ ଦୁର୍ଘଟଣା ସଂପର୍କରେ ସୂଚନା ପାଇ ନିକଟସ୍ଥ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ମଧ୍ୟ ଜବତ କରିଛି ପୋଲିସ ।

Exit mobile version