Site icon ଆଜିକାଲି

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ; ପାସ ହାର ୭୮.୮୮ ପ୍ରତିଶତ

ଭୁବନେଶ୍ୱର : ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ। ଯୁକ୍ତ ଦୁଇ କଳାରେ ଏଥର ପାସ ହାର ରହିଛି ୭୮ ଦଶମିକ ୮୮ ପ୍ରତିଶତ । ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ ରହିଛି। ପୁଅଙ୍କ ପାସ ହାର ୭୦ ଦଶମିକ ୪୩ ପ୍ରତିଶତ ଥିବା ବେଳେ ଝିଅଙ୍କ ପାସ ହାର ରହିଛି ୮୫ ଦଶମିକ ୬୬ ପ୍ରତିଶତ। ମୋଟ ୧ ଲକ୍ଷ ୮୧ ହଜାର ୮୬୯ ଜଣ ଛାତ୍ରଛାତ୍ରୀ ଏଥର ପାସ୍ ହୋଇଛନ୍ତି । କଳାରେ ଏଥର ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୨ ହଜାର ୭୮୨ ରହିଛି। ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି ୩୨ ହଜାର ୪୬୧ ଛାତ୍ରଛାତ୍ରୀ । ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ପାସ ହାର ଥିବା ବେଳେ ନବରଙ୍ଗପୁରରେ ସର୍ବନିମ୍ନ ରହିଛି। ଗତବର୍ଷ ତୁଳନାରେ ଏଥର ପାସ୍ ହାର କମିଛି । ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ପାସ ହାର ରହିଛି ୬୭ ଦଶମିକ ୪୮ ପ୍ରତିଶତ ।

Exit mobile version