Site icon ଆଜିକାଲି

ତେଲ ଟ୍ୟାଙ୍କର ସହ ପିଟିହେଲା ଦୁଇଟି କାର; ୩ ମୃତ ୪ ଗୁରୁତର

ସିମୁଳିଆ : ଅଧା ରହିଲା ଜଗା ଦର୍ଶନ । କାର୍ତ୍ତିକ ସୋମବାରରେ ସିରିଜ ଦୁର୍ଘଟଣା । ପ୍ରଥମେ ଏକ ସ୍କର୍ପିଓ ଟ୍ୟାଙ୍କର ସହ ପିଟି ହୋଇଯାଇଥିଲା । ଆଉ ସ୍କର୍ପିଓ ପଛରେ ଆସୁଥିବା କାର ମଧ୍ୟ ଭାରସାମ୍ୟ ହରାଇ ପିଟିହୋଇଥିବା ସୂଚନା ରହିଛି । ଦୁର୍ଘଟଣାରେ ଦମ୍ପତିଙ୍କ ସହ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି ।

ବାଲେଶ୍ୱର ଜିଲା ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ଜାମୁଝାଡି ତାରିଣୀ ଛକରେ ସୋମବାର ସକାଳୁ ଏହି ଦୁର୍ଘଟଣା ଘଟିଛି । ଦୁଇ ପରିବାର ପଶ୍ଚିମବଙ୍ଗ ହୁଗୁଳିରୁ ଦୁଇଟି ସ୍କର୍ପିଓରେ ପୁରୀ ଅଭିମୁଖେ ଯାଉଥିଲେ । ତେବେ ଆଗରେ ଯାଉଥିବା ଏକ ଗ୍ୟାସ କଣ୍ଟେନରକୁ ପଛ ପଟୁ ଧକ୍କା ଦେଇଥିଲା ସ୍କର୍ପିଓ । ଫଳରେ ପଛରେ ଥିବା ସ୍କର୍ପିଓ ପଛପଟୁ ବାଡେଇ ହୋଇଯାଇଥିଲା । ଫଳରେ ଘଟଣା ସ୍ଥଳରେ ଜଣେ ଡ୍ରାଇଭରଙ୍କ ସମେତ ମହିଳା ପାର୍ବତୀ ଦାସ ଓ ତାଙ୍କ ସ୍ୱାମୀ ଶଙ୍କର ରାଓଙ୍କ ସହ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାସହ ୪ଜଣ ଗୁରୁତର ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ସୋରୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜାତୀୟ ରାଜପଥ କାମ ଚଲୁଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

Exit mobile version