Site icon ଆଜିକାଲି

ଗାଧୋଇବାକୁ ଯାଇଥଇଲେ ୨ ସଉତୁଣୀ: ନାଳରେ ଜଣେ ଚିପିଲେ ଜଣଙ୍କ ତଣ୍ଟି


କେନ୍ଦୁଝର,୨୪ା୩(ବ୍ରଜକିଶୋର ରାୟ) କେନ୍ଦୁଝର ଜିଲା ଟାଉନ ଥାନା ଅଧୀନ ଡିମ୍ବୋ ପଞ୍ଚାୟତ ନଇଗାଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ସଉତୁଣୀଙ୍କ କଳିରୁ ଜଣଙ୍କ ଜୀବନ ଯାଇଛି। ଜଣେ ଅନ୍ୟଜଣଙ୍କ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ସୂଚନା ଅନୁଯାୟୀ, ଗ୍ରାମର ଆକାଶ ମୁଣ୍ତା ପ୍ରଥମେ ସାହିର ମୁନି ମୁଣ୍ତା(୨୪)ଙ୍କୁ ବିବାହ କରିଥିଲେ। ପରେ ଆଶା ମୁଣ୍ତା(୨୨)ଙ୍କୁ ବିବାହ କରିଥିଲେ। ଶୁକ୍ରବାର ଦୁଇ ସଉତୁଣୀ ନଇଗାଁ ନାଳକୁ ଗାଧୋଇବାକୁ ଯାଇଥିଲେ। ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ କଳହ ହୋଇଥିଲା। ମୁନି ମୁଣ୍ତା ଉତ୍ତ୍ୟକ୍ତ ହୋଇ ସଉତୁଣୀ ଆଶାଙ୍କ ତଣ୍ଟିକୁ ଏକ ଓଢ଼ଣୀରେ ଚିପି ହତ୍ୟା କରିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଟାଉନ ଥାନାରେ(ନଂ.୧୨୧/୨୩)ମାମଲା ରୁଜୁ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ସୁନୀଲ କର କହିଛନ୍ତି।

Exit mobile version