Site icon ଆଜିକାଲି

ଆଜିଠୁ ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରୀଣୀ ବୈଠକ

ଭୁବନେଶ୍ୱର : ଆଜିଠୁ ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରୀଣୀ ବୈଠକ। ଯୋଗଦେବେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ଡି ପୁରନ୍ଦେଶ୍ବରୀ, ୩ କେନ୍ଦ୍ରମନ୍ତ୍ରୀଙ୍କ ସହ ଦଳର ସମସ୍ତ ସାଂସଦ ଓ ବିଧାୟକ । ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସହ ରାଜ୍ୟରେ ଆଇନ ଶୃଙ୍ଖଳା, ବେକାରୀ ସମସ୍ୟା, ଋଣ ଭାର ପ୍ରସଙ୍ଗରେ ହେବ ଆଲୋଚନା ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଯୋଗ୍ୟ ହିତାଧିକାରୀ ବଞ୍ଚିତ ତଥା ଚାଷୀ ସମସ୍ୟା ନେଇ ମଧ୍ୟ କାର୍ଯ୍ୟକାରୀଣୀ ବୈଠକରେ ଆଲୋଚନା କରାଯିବ। ସେହିପରି ରାଷ୍ଟ୍ରୀୟ କାର୍ଯ୍ୟକାରୀଣୀରେ ସ୍ଥାନ ପାଇଥିବା ବିଷୟ ଗୁଡିକ ଉପରେ ଆଲୋଚନା କରାଯିବା ସହ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ। ଆଜି ରାଜ୍ୟ କାର୍ଯ୍ୟାଳୟରେ ଓ ୨୨ରେ ହୋଟେଲ ପଦ୍ମଜାରେ ବସିବ ବୈଠକ ।

FacebookTwitterLinkedinWhatsapp
Exit mobile version