Site icon ଆଜିକାଲି

କୋଇଲା ବୋଝେଇ ଟ୍ରଲର ତଳେ ଚାପି ହୋଇ ଦୁଇ ମୃତ

ବରଗଡ଼ : ବରଗଡ଼-ସମ୍ବଲପୁର ୫୩ ନମ୍ବର ଜାତୀୟ ରାଜପଥ ଦେବହାଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା । କୋଇଲା ବୋଝେଇ ଟ୍ରଲର ତଳେ ଚାପି ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ମୃତକଙ୍କ ମଧ୍ୟରୁ ଜଣଙ୍କର ମିଳିଛି ପରିଚୟ ।

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଟ୍ରଲ୍‌ର କୋଇଲା ବୋଝେଇ କରି ଯାଉଥିବା ବେଳେ ବାଇକ୍‌ ସହିତ ଧକ୍କା ହୋଇଥିଲା । ଯାହାଫଳରେ ବାଇକ୍‌ରେ ଦୁଇ ଜଣ ଝିଟିକି ପଡିଥିଲେ । ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ତେବେ ମୃତକ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି । ଜଣେ କିଶୋର ଚନ୍ଦ୍ର ସାହୁ ,ସମ୍ବଲପୁର ଜିଲ୍ଲା ସିନ୍ଦୁରପଙ୍କ ଅଞ୍ଚଳ ଦଣ୍ଡେଇ ପାଲି ଗାଁର ବୋଲି ଜଣାପଡ଼ିଛି ।

Exit mobile version