Site icon ଆଜିକାଲି

ଟ୍ରକ-ବୋଲେରୋ ମୁହାଁମୁହିଁ ଧକ୍କା, ୨ ମୃତ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲା ଖଡିଆଳ-ବଙ୍ଗୋମୁଣ୍ଡା ୫୯ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଟ୍ରକ-ବୋଲେରୋ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ବଙ୍ଗୋମୁଣ୍ଡା ୫୯ ନମ୍ବର ଜାତୀୟ ରାଜପଥ ଫୁଗୁଡ଼ା ଛକ ନିକଟରେ ଏକ ଟ୍ରକ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଯାହାଫଳରେ ଗାଡିରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ବରଗଡ଼ ଜିଲ୍ଲା ପହଁରେନମୁଣ୍ଡା ଗାଁରେ ଲିଙ୍ଗରାଜ ସରାଫ ଓ କିଶୋର ଦାସ ବୋଲି ଜଣାପଡିଛି । ବାକି ଦୁଇ ଜଣ ଗୁରୁତରଙ୍କୁ ଉଦ୍ଧାର କରି ଅଗ୍ନିଶମ ବାହିନୀ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Exit mobile version