Site icon ଆଜିକାଲି

ଦଳିଦେଲା ଦନ୍ତାହାତୀ, ଚାଲିଗଲା ଦୁଇ ଚାଷୀଙ୍କ ଜୀବନ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ଅଧିନ ପାରିଓରଡ଼ ପଞ୍ଚାୟତ ବ୍ରଜଗୋପିକାଧାନ ନିକଟରେ ଅଘଟଣ । ଦନ୍ତାହାତୀର ପାଦ ଗଳେ ଦୁଇ ଜଣ ଚାଷୀଙ୍କ ଜୀବନ । ମୃତକ ନାମ କୃଷ୍ଣଚନ୍ଦ୍ର ପ୍ରଧାନ ଏବଂ ଲକ୍ଷ୍ମୀଧର ବେହେରା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ରବିବାର ଦିନ ବିଳମ୍ବିତ ରାତିରେ ଓରଡ ଗାଁର କୃଷ୍ଣଚନ୍ଦ୍ର ପ୍ରଧାନ ଏବଂ ବରିକୋ ଗାଁର ଲକ୍ଷ୍ମୀଧର ବେହେରା ଚାଷ ଜମିକୁ ଯାଇଥିଲେ । ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଧାନ ଫସଲକୁ ସୁରକ୍ଷା ଦେବା ଏବଂ ହାତୀକୁ ଘଉଡାଇବା ପାଇଁ ଉଭୟ ବିଲକୁ ଯାଇଥିଲେ । କିନ୍ତୁ ଏହି ସମୟରେ ଉଭୟ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ । ଯାହାଫଳରେ ଉଭୟଙ୍କୁ ହାତୀ ପାଦ ତଳେ ଦଳ ନେଇଯାଇଛି ଜୀବନ ଯାଇଛି ।

Exit mobile version