Site icon ଆଜିକାଲି

ଇଫିରେ ପ୍ରଦର୍ଶନ ଲାଗି ଦୁଇ ଓଡ଼ିଆ ସିନେମା ମନୋନୀତ

ଭୁବନେଶ୍ବର : ଇଫି (ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ)ରେ ପ୍ରଦର୍ଶନ ଲାଗି ଓଡ଼ିଆ ସିନେମା ମନୋନୀତ ହୋଇଛି। ଏଥର ଦୁଇଟି ଛବିଙ୍କୁ ଭିନ୍ନ ଭିନ୍ନ କାରଣରୁ ପ୍ରଦର୍ଶନ ଲାଗି ଅନୁମତି ଦିଆଯାଇଛି।

ଡିପ୍ଲୋମା ଫିଲ୍ମ ‘ଅସ୍ତରାଗ’ ଏହାର ସାଉଣ୍ଡ ଡିଜାଇନ୍ ପାଇଁ ଇଫି ରେ ପ୍ରଦର୍ଶନ ଲାଗି ମନୋନୀତ କରାଯାଇଛି। ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ ନିବେଦିତ ଏହି ସିନେମାରେ ମାମୁନି ମିଶ୍ର ଓ ସୁକେଶ ପଣ୍ଡା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ମୃତ୍ୟୁଞ୍ଜୟ ଜେନା ଏହାର ଲେଖକ, ସଂପାଦକ ଓ ନିର୍ଦେଶକ। ସତ୍ୟମ ସାଗର ସାହୁ ଏହାର ସିନେମାଟୋଗ୍ରାଫର୍। ଅପରପକ୍ଷରେ ସଂପାଦନା ଶ୍ରେଣୀରେ ଅନ୍ୟ ଏକ ଡିପ୍ଲୋମା ଫିଲ୍ମ ‘ବାପା’କୁ ବି ଚୟନ କରାଯାଇଛି।

ଗୋଆରେ ଇଫିର ୫୩ ତମ ସଂସ୍କରଣରେ ଯୋଗଦେବା ପାଇଁ ଟୁମୋରୋ ୭୫ କ୍ରିଏଟିଭ୍ ମାଇଣ୍ଡ ପାଇଁ ଅମର ସତ୍ୟପାଠୀ (ସାଉଣ୍ଡ ବିଭାଗ)ଙ୍କୁ ଚୟନ କରାଯାଇଛି। ଏହା ଓଡ଼ିଆ ସିଗଜଗତ ଲାଗି ଏକ ଗୌରବର ବିଷୟ।

Exit mobile version