Site icon ଆଜିକାଲି

ନୀଳଗିରି ଜଙ୍ଗଲରେ ଶିକାରୀଙ୍କ ଗୁଳିମାଡ଼ରେ ଦୁଇ ବନ କର୍ମଚାରୀ ଆହତ

ବାଲେଶ୍ଵର – ପାଟ୍ରୋଲିଂ କରୁଥିବା ବନ କର୍ମଚାରୀଙ୍କ ଉପରେ ଶିକାରୀଙ୍କ ଗୁଳିମାଡ଼ । ବାଲେଶ୍ଵର ଜିଲ୍ଲା ନୀଳଗିରି ପଞ୍ଚଲିଙ୍ଗେଶ୍ଵର ବିଟ୍ ଅଞ୍ଚଳରେ ଘଟିଛି ଏହି ଘଟଣା । କିଛି ଶିକାରୀଙ୍କ ଉପସ୍ଥିତି ବାବଦରେ ସୂଚନା ମିଳିବାରୁ ରାତି ପ୍ରାୟ ୮ଟା ବେଳେ ପାଟ୍ରୋଲିଂ ଟିମ୍‌ ଜଙ୍ଗଲକୁ ଯାଇଥିଲେ। ପାଟ୍ରୋଲିଂ ବେଳେ ବିଳମ୍ବିତ ରାତିରେ ଶିକାରୀଙ୍କ ସହ ବନ କର୍ମଚାରୀଙ୍କ ମୁହାଁମୁହିଁ ହୋଇଥିଲା । ଜଙ୍ଗଲରେ ଥିବା ଦୁଇ ଶିକାରୀଙ୍କୁ ବନ କର୍ମଚାରୀଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଏଥିରେ ସେମାନେ ଗୁରୁତର ଆହତ ହୋଇଛନ୍ତି। ବନ ବିଭାଗ ପକ୍ଷରୁ ଗୁରୁତର ଦୁଇ ବନ କର୍ମଚାରୀଙ୍କୁ ପ୍ରଥମେ ବାଲେଶ୍ୱର ଡାକ୍ତରଖାନା ନିଆଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ କୁଲଡ଼ିହା ବନ ବିଭାଗ ୨ ଶିକାରୀଙ୍କୁ ଗିରଫ କରିଛି ।

Exit mobile version