Site icon ଆଜିକାଲି

ଭୀମସାରରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ସଂଘର୍ଷ, ୩ ଆହତ

ସମ୍ବଲପୁର : ବୁର୍ଲା ଭିମସାରରେ ସଂଘର୍ଷ । ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ମାରପିଟ୍ ହୋଇଛି। ଏଥିରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସାପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ହାଉସ୍ ସର୍ଜନ ମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆକ୍ରମଣ ପ୍ରତିବାଦରେ ହାଉସ୍ ସର୍ଜନ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତ୍ତି ନେଇଛନ୍ତି।

ସୂଚନା ଯେ, ଗତକାଲି ବୁର୍ଲା ଭୀମସାର ପରିସରରେ ୟୁଜି ଛାତ୍ର ସଂଘର ବାର୍ଷିକ ଉତ୍ସବ ଚାଲିଥଲା। ବିଳମ୍ବିତ ରାତିରେ ପିଜି ଛାତ୍ର ଓ ହାଉସ ସର୍ଜନଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। କ୍ରମେ ଏହା ଉଗ୍ର ରୂପ ନେଇଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୩ ଜଣ ଡାକ୍ତରୀ ଛାତ୍ର ଆହତ ହୋଇଥିଲେ। ଘଟଣାକୁ ନେଇ ହାଉସ ସର୍ଜନମାନେ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପିଜି ଛାତ୍ରମାନେ ଆକ୍ରମଣ ପ୍ରତିବାଦରେ ହାଉସ ସର୍ଜନମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ନିଷ୍ପତ୍ତି ନେଇଛନ୍ତି। ଭୀମସାର ନିର୍ଦ୍ଦେଶକ, ବୁର୍ଲା ଥାନା ଆଇଆଇସି ଓ ଏସଡ଼ିପିଓ ଛାତ୍ରମାନଙ୍କ ସହ ବିଳମ୍ବିତ ରାତି ଯାଏଁ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ।

ଭୀମସାର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବଗ୍ରାହୀ ରଥ କହିଛନ୍ତି, ୟୁଜି ଛାତ୍ର ସଂଘର ବାର୍ଷିକ ଉତ୍ସବ ଚାଲିଥିଲା। କୌଣସି କଥାକୁ ନେଇ ପିଲାମାନଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା। ଆମେମାନେ ପହଞ୍ଚି ପିଲାମାନଙ୍କୁ ବୁଝାସୁଝା କରିଥିଲୁ।

Exit mobile version