Site icon ଆଜିକାଲି

ଘାଟି ତଳକୁ ଖସିଲା ସେନା ଗାଡ଼ି, ଦୁଇ ଯବାନ ମୃତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ରଜୌରି ଜିଲ୍ଲାର କେରି ସେକ୍ଟରରେ ଶନିବାର ଏକ ସଡକ ଦୁର୍ଘଟଣାରେ ଦୁଇ ସେନା ସୈନିକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ତିନି ଯବାନ ଆହତ ହୋଇଛନ୍ତି । ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟସ୍ଥ କେରି ସେକ୍ଟରରେ ଏହି ଦୁର୍ଘଟଣା ଘଟିଛି | ସେନା କର୍ମଚାରୀମାନଙ୍କୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସର ଘାଟି ତଳକୁ ଖସିପଡିଥିଲା ।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ସେନା, ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁଘଟଣା ସମ୍ପର୍କରେ ତଦନ୍ତ କରୁଛନ୍ତି। ଅଧିକାରୀଙ୍କ କହିବା ଅନୁଯାୟୀ ଏକ ବୁଲାଣି ବେଳେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଏଲ୍ଓସି ନିକଟ ଡୁଙ୍ଗି ଗାଲା ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଆମ୍ବୁଲାନ୍ସ ଡ୍ରାଇଭର ଓ ଜଣେ ଯବାନଙ୍କର ମୃତ୍ୟୁ ହୋଇଥିବା ସେ କହିଛନ୍ତି।

Exit mobile version