Site icon ଆଜିକାଲି

ପାଇପ୍ ଲାଇନ୍ କାମ ବେଳେ ମାଟି ଅତଡା ଧସି ୨ଶ୍ରମିକଙ୍କ ମୃତ୍ୟୁ

କେନ୍ଦୁଝର, ପାଇପ ଲାଇନ ମରାମତି ବେଳେ ହଠାତ ମାଟି ଅତଡା ଧସିଯିବାରୁ ୨ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଯୋଡା ଥାନା କମାରଜୋଡାରେ ଏହି ଅଘଟଣ ଘଟିଛି। ମାଟିତଳେ ପୋତି ହୋଇଯିବାରୁ ୨ଶ୍ରମିକ ପ୍ରାଣ ହରାଇଛନ୍ତି। ମୃତ ଶ୍ରମିକ ତଲହ ହଟିଂର ଚରଣ ଲୋହାର ଓ ଅର୍ଜୁନ ଲୋହାର। ଏକ ଠିକା କମ୍ପାନୀ ପାଇପ ଲାଇନ କାମ ଚଳାଇଥିଲା। ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ ପାଇଁ ଡିଆଇ ପାଇପ ଲାଇନ ବିଛା କାମ ଚାଲିଥିଲା। ତେବେ ଏହି ସମୟରେ ମାଟି ଅତଡା ଧସିଯାଇଥିଲା। ମାଟିତଳେ ୨ଶ୍ରମିକ ପୋତି ହୋଇଯାଇଥିଲେ। ଦମକଳ ବାହିନୀ ଓ ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲା।ପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Exit mobile version