Site icon ଆଜିକାଲି

ରାଜ୍ୟରେ ଆଉ ଦୁଇ ଦିନ ଘନକୁହୁଡି, ଏହିସବୁ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର : ରାଜ୍ୟରେ ଆଉ ଦୁଇ ଦିନ ଘନକୁହୁଡି । ସୋମବାର ଓ ମଙ୍ଗଳବାର ଦୁଇ ଦିନ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଦେବ। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ କୋରାପୁଟରେ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ରବିବାର ରାଜ୍ୟର ୪ ସହର ୧୦ ଡିଗ୍ରୀ ତଳେ ରହିଥିଲା । ଜି.ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍‌ ୭.୪ ଡିଗ୍ରୀ ରେକର୍ଡ ହୋଇଥିଲା । କୋରାପୁଟରେ ୮, ଦାରିଙ୍ଗିବାଡ଼ିରେ ୮.୫ ଓ ଫୁଲବାଣୀରେ ୯.୫ ଓ ସେମିଳିଗୁଡ଼ାରେ ୯.୯ ଓ କିରେଇରେ ୧୧.୭ ଡିଗ୍ରୀ ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ରାତି ତାପମାତ୍ରା ୧୪.୪ ଡିଗ୍ରୀ ରହିଛି । ଏଠାରେ ସ୍ୱାଭାବିକଠାରୁ କମ୍‌ ତାପମାତ୍ରା ରେକର୍ଡ ହୋଇଛି । ୧୫ ଡିଗ୍ରୀ ତଳେ ୧୯ ସହର ରହିଛି ।

Exit mobile version