Site icon ଆଜିକାଲି

ଆଜି ଶପଥ ନେବେ ହାଇକୋର୍ଟର ଦୁଇ ନବନିଯୁକ୍ତ ବିଚାରପତି

କଟକ : ଓଡ଼ିଶା ହାଇକୋର୍ଟର ଦୁଇ ନବନିଯୁକ୍ତ ବିଚାରପତି ଆଜି ଶପଥ ନେବେ । ଶିବ ଶଙ୍କର ମିଶ୍ର ଓ ଆନଶନ୍ଦ ଚନ୍ଦ୍ର ବେହେରା ହାଇକୋର୍ଟ ବିଚାରପତି ଭାବେ ଆଜି ଶପଥ ନେବେ । ମୁଖ୍ୟ ବିଚାରପତି ଜଷ୍ଟିସ ସୁବାଶିଷ ତାଳପତ୍ର ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇବେ । ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ବରିଷ୍ଠ ଆଇନଜୀବୀ ଶିବ ଶଙ୍କର ମିଶ୍ର ଓ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ଗତ ଶନିବାର ନିଯୁକ୍ତି ମିଳିଥିଲା ।

ସୁପ୍ରିମକୋର୍ଟ କଲେଜିୟମ ଶିବ ଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରାଙ୍କ ନାମ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିଶ କରିଥିଲେ। ଓଡ଼ିଶା ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଦୁଇ ବରିଷ୍ଠତମ ବିଚାରପତିଙ୍କ ସହିତ ପରାମର୍ଶ କରି ଚଳିତବର୍ଷ ଜାନୁଆରି ୧୭ତାରିଖରେ ଶିବ ଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରାଙ୍କ ନାମର ପ୍ରସ୍ତାବ ରଖିଥିଲେ । ଏଥିରେ ସମ୍ମତି ପ୍ରକାଶ କରିଥିଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ଏହାପରେ ଉଭୟଙ୍କ ନିଯୁକ୍ତି ସଂପର୍କିତ ପ୍ରସ୍ତାବକୁ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଗ୍ରହଣ କରାଯାଇଥିଲା।

Exit mobile version