Site icon ଆଜିକାଲି

କୁଏତ ଅଗ୍ନିକାଣ୍ଡରେ ମୃତ ଭାରତୀୟଙ୍କ ମଧ୍ୟରେ ଦୁଇ ଓଡ଼ିଆ, ଆଜି ଭାରତ ଆସୁଛି ମୃତଦେହ

ଭୁବନେଶ୍ୱର – କୁଏତରେ ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଭାରତୀୟଙ୍କ ମଧ୍ୟରେ ଓଡିଶାର ଦୁଇଜଣ ଅଛନ୍ତି। ସେମାନେ ହେଲେ କଟକ ଜିଲ୍ଲା ଆଠଗଡର ମହମ୍ମଦ ଜୋହର ଓ ଗଞ୍ଜାମ ଜିଲ୍ଲା ରଣଝାଲିର ସନ୍ତୋଷ ଗୌଡ଼ । ମହମ୍ମଦ ଜୋହରଙ୍କ ଘର ଆଠଗଡ଼ ତିଗିରିଆ ଥାନା କରଡ଼ାପଲ୍ଲୀ ଗାଁ । ସେ ଦକ୍ଷିଣ କୁଏତର ମଙ୍ଗଫ ସହର ଏକ ଟ୍ରେଡିଙ୍ଗ କମ୍ପାନୀରେ ସିଭିଲ ଲାବୋରା୍ଟରୀ ଟେକନିସିଆନ ଭାବେ କାର୍ଯ୍ୟରତ ଥିଲେ । ସେଠାରେ ଥିବା ସମ୍ପର୍କୀୟଙ୍କ ଦ୍ଵାରା ତାଙ୍କର ମୃତଦେହ ଚିହ୍ନଟ ପରେ ଭାରତ ଅଣାଯାଉଛି । ଆଉ କିଛି ସମୟ ପରେ ଉଭୟଙ୍କ ମୃତଦେହ ଭାରତରେ ପହଞ୍ଚିବ ।

ଭୟାବହ ଅଗ୍ନିକାଣ୍ଡର ୪୯ ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ ମଧ୍ୟରେ ୪୫ଜଣ ଭାରତୀୟ ଅଛନ୍ତି । ଆଜି ସେମାନଙ୍କର ମୃତଦେହ ଅଣାଯାଉଛି । ଗତ ବୁଧବାର ଦିନ କୁଏତର ଏକ ଆପାର୍ଟମେଣ୍ଟରେ ନିଆଁ ଲାଗି ଯାଇଥିଲା ।

Exit mobile version