କେନ୍ଦୁଝର, କେନ୍ଦୁଝର ଜିଲ୍ଲା ଅବାକାରୀ ଅଧିକ୍ଷକ ଶ୍ରୀଯୁକ୍ତ ନାରାୟଣ ମେହେର ଙ୍କ ନିର୍ଦେଶ କ୍ରମେ ମୋବାଇଲସ୍କ୍ବାର୍ଡ ଆଇ ଆଇ ସି ଚନ୍ଦନ କୁମାର ମଣ୍ତଳ ଙ୍କ ନେତୃତ୍ବରେ ପଦ୍ମପୁର ୨୦ନମ୍ବର ଜାତୀୟ ରାଜପଥ ପୁଟୁଳିଆ ପାର୍ଶ୍ବରେ ଥିବା ରାଜପୁତ ଢାବାରେ ଚଢାଉ କରି ଢାବା ମାଲିକ ସମେତ ମଦ ବ୍ୟବସାୟୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ଢାବା ମାଲିକ ସନ୍ତୋଷ ଦେଓ ଓ ମଦ ବ୍ୟବସାୟୀ କେନ୍ଦୁଝର ଜିଲ୍ଲା ତାଣ୍ତପୋଶି ଗ୍ରାମର ହରିପାଟ ପିଙ୍ଗୁଆ ଙ୍କ ପୁଅ ମଣିପାଟ ପିଙ୍ଗୁଆ। ବିଶେଷସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଓଡିଶା ରେ ବିକ୍ରୟ ପାଇଁ ନିଷେଧ ଥିବା ଝାରଖଣ୍ତ ରାଜ୍ୟର ବିଦେଶୀ ମଦ ସହିତ (ଜେଏଚ-ଜିର-୫-ଏ ଏମ-୯୯୧୮) ଧଳା ରଙ୍ଗର ମହିନ୍ଦ୍ରା ସ୍କର୍ପିଓ ଜବତ କରାଯାଇଛି।ଏହି ଘଟଣାରେ ଅବକାରୀ ଅଧିକାରୀ ଶ୍ରୀମଣ୍ତଳ ଏହି ମଦ କେଉଁଠାରୁ ଆସୁଛି କିଏ ଦେଉଛି ସେ ବିଷୟରେ ଅନ୍ୟ ଅଭିଯୁକ୍ତ ଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଛନ୍ତି। ସୂଚନାଅନୁସାରେ ଗତକାଲି ଝାରଖଣ୍ତ ରାଜ୍ୟର ମଦ ବ୍ୟବସାୟୀ ମଦନେଇ ସନ୍ଧ୍ୟାରେ ଆସିବା ଖବର ପାଇ ଅବକାରୀ କର୍ମଚାରୀମାନେ ସାଧା ପୋଷାକରେ ପୁଟୁଳିଆ ଗ୍ରାମରେ ସନ୍ଧ୍ୟାରୁ ରାତ୍ରୀ ୧୨ଟା ଯାଏଁ ଜଗି ରହିଥିଲେ। ଶେଷରେ ମଦ ଏବଂ ଧଳା ରଙ୍ଗର ମହିନ୍ଦ୍ରା ସ୍କର୍ପିଓ ସହିତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା ଅବକାରୀ ବିଭାଗ । ଏହି ଚଢାଉରେ ସମୁଦାୟ ୫୩୮ ବୋତଲ ୧୨୦.୬୦୦ ଶହ ଲିଟର ଝାରଖଣ୍ତ ନକଲି ବିଦେଶୀମଦ ଜବତ ହୋଇଛି । ରଞ୍ଜନ କୁମାର ସାହୁ,ରଶ୍ମିରେଖା ମହାନ୍ତ,ମନୁଗିରି ମାଝୀ,ସନ୍ଦିପ କୁମାର ଜେନା,କୁଳମଣି ଜେନା ପ୍ରମୁଖ ଏହି ଚଢ଼ାଉ ରେ ସାମିଲ ହୋଇଥିଲେ। ମଦର ଅନୁମାନିକ ମୂଲ୍ୟ ଏକ ଲକ୍ଷ କୋଡିଏ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଜବତ ସ୍କର୍ପିଓ ଗାଡି ୮ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛନ୍ତି।