Site icon ଆଜିକାଲି

ଦନ୍ତା ହାତୀ ମୃତ୍ୟୁ ଘଟଣାରେ ଦୁଇ ଶିକାରୀ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲା କରଡ଼ା ରେଞ୍ଜରେ ଦନ୍ତା ହାତୀ ମୃତ୍ୟୁ ଘଟଣାରେ ଦୁଇ ବାର୍‌ହା ଶିକାରୀ ଗିରଫ । ଦୁଇ ଶିକାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ବନ ବିଭାଗ । ଗିରଫ ଦୁଇ ଜଣ ହେଲେ ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳର ଗଙ୍ଗାଧର ବିଶୋଇ, ରାଇକିଆ ଡେଙ୍ଗାଖମନ ଗାଁର ବୁଲୁ ମଲିକ ବୋଲି ଜଣାପଡିଛି ।

ସୂଚନା ଯେ, ଜଙ୍ଗଲରେ ଏମାନେ ବାର୍‌ହା ଶିକାର ପାଇଁ ତାର ବିଛାଇଥିଲେ । ହେଲେ ଏଥିରେ ବାର୍‌ହା ବଦଳରେ ହାତୀ ଲାଗିଯିବା ଫଳରେ ମୃତ୍ୟୁ ହୋଇଥିଲା । ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲ ବନବିଭାଗ । ହାତୀ ମୃତ୍ୟୁର ସଠିକ୍‌ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରେଞ୍ଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଡିଏଫ୍‌ଓ ପ୍ରଶାନ୍ତ ପଟେଲ । ରେଞ୍ଜର ବିରଞ୍ଚି ନାରାୟଣ ପଣ୍ଡା ଏକ ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏବେ ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Exit mobile version