Site icon ଆଜିକାଲି

ଲାଞ୍ଚ ନେବାବେଳେ ଧରାପଡ଼ିଲେ ଗୋଟିଏ ଥାନାର ଦୁଇ ପୋଲିସ କର୍ମଚାରୀ

ଭୁବନେଶ୍ୱର : ଲାଞ୍ଚ ମାମଲାରେ ଗୋଟିଏ ପୋଲିସ ଷ୍ଟେସନର ଦୁଇ କର୍ମଚାରୀଙ୍କୁ ଧରିଲା ଭିଜିଲାନ୍ସ। ଲାଞ୍ଚ ନେବାବେଳେ କୋରାପୁଟ ଜିଲା ଦଶମନ୍ତପୁର ଥାନାର ଆଇଆଇସି ଚନ୍ଦ୍ରଭାନୁ ମହାନ୍ତି ଓ ସେହି ଥାନାର ହିଁ ଏଏସଆଇ ଦୀପ୍ତି ହୀରା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ମାମଲାର ରଫାଦଫା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଉଭୟ ଅଧିକାରୀ ଧରାପଡିଥିଲେ । ମୋଟ ୧୩ ହଜାର ଟଙ୍କା ଲାଞ୍ଚରୁ ୫ ହଜାର ଟଙ୍କା କିଛି ଦିନ ତଳେ ସେମାନେ ନେଇସାରିଥିଲେ । ଆଜି ଆଉ ୮ ହଜାର ଟଙ୍କା ନେବା ବେଳେ ଧରାପଡ଼ିଛନ୍ତି। ଲାଞ୍ଚ ଟଙ୍କା ଏଏସ ଆଇଙ୍କ ଠାରୁ ଜବତ କରାଯାଇଛି।ଦୁଇ ଅଭିଯୁକ୍ତଙ୍କୁ ବିରୋଧରେ ତଦନ୍ତ ଜାରି ରଖିଛି ଭିଜିଲାନ୍ସ।

Exit mobile version