Site icon ଆଜିକାଲି

ଅବସରପ୍ରାପ୍ତ ଯବାନଙ୍କ ଆକ୍ରମଣରେ ଦୁଇ ପୋଲିସ କର୍ମଚାରୀ ଆହତ

କଟକ : ଅବସରପ୍ରାପ୍ତ ଯବାନଙ୍କ ପୁଣି ଆତଙ୍କରାଜ। କଟକ ବାଙ୍କୀ ହରିରାଜପୁରର ଯବାନ ସରୋଜ ଦାସଙ୍କୁ ଗିରଫ ପାଇଁ ଯାଇଥିବା ବେଳେ ବାଙ୍କୀ ଥାନା ଏସଆଇ ସମ୍ବିତ ସ୍ୱାଇଁ ଓ କନଷ୍ଟେବଲ ଉତ୍ତମ କରଙ୍କୁ ସେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆଦିମାତା ଛକରେ ଉଭୟଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି ଅବସରପ୍ରାପ୍ତ ଯବାନ ‌।

ଆକ୍ରମଣରେ ଉଭୟ ଏସଆଇ ଓ କନଷ୍ଟେବଳ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ବାଙ୍କୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଏସଆଇଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି।ପୂର୍ବରୁ ମଧ୍ୟ ପୋଲିସକୁ ଆକ୍ରମଣ କରିଥିଲେ ସରୋଜ ।

Exit mobile version