Site icon ଆଜିକାଲି

ଭଦ୍ରକ ଜିଲ୍ଲାରେ ଦୁଇଟି ସଡ଼କ ଦୁର୍ଘଟଣା : ଜଣେ ମୃତ, ୯ ଆହତ

ଭଦ୍ରକ : ଭଦ୍ରକ ଜିଲାରେ ଆଜି ସକାଳେ ଦୁଇ ଦୁଇଟି ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ଭଣ୍ଡାରୀପୋଖରୀ ଥାନା ଛତାବର ନିକଟରେ ପଶ୍ଚିମବଙ୍ଗରୁ ପୁରୀ ଯାଉଥିବା ଏକ କାର୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଟ୍ରକକୁ ଧକ୍କା ଦେବା ସହ ଚକା ତଳେ ପଶିଥିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।

ସେପଟେ କଲିକତା ଅଞ୍ଚଳରୁ କୁକୁଡ଼ା ଚିଆଁ ନେବା ପାଇଁ ଓଡ଼ିଶା ଆସିଥିବା ଏକ ଟ୍ରକ ତ୍ରିଶଳପୁର ଛକ ନିକଟରେ ଅନ୍ୟ ଏକ ଟ୍ରକକୁ ପଛରୁ ପିଟି ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣ ଆହତ ହୋଇଥିଲେ। ସମସ୍ତ ଆହତ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସମସ୍ତ ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେମାନଙ୍କ ଭିତରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Exit mobile version