Site icon ଆଜିକାଲି

ଦୁଇ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ବଦଳି

ଭୁବନେଶ୍ୱର : ରାଜ୍ୟ ସରକାର ଦୁଇ ଆଇପିଏସ ଅଧିକାରୀଙ୍କୁ ବଦଳି କରିଛନ୍ତି। ସ୍ୱତନ୍ତ୍ର ପୋଲିସ ଡିଜି ( କମ୍ୟୁନିକେସନ) ଅରୁଣ କୁମାର ରୟଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି। ସେହିପରି ସ୍ୱତନ୍ତ୍ର ଡିଜିପି, ଏଚଆରପିସି ଏସ. ଏମ ନରଭାଣେଙ୍କୁ ମଧ୍ୟ ଗୃହ ବିଭାଗର ଓଏସଡି ଭାବେ ସ୍ଥାନାନ୍ତର କରାଯାଇଛି । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଣେ ୧୯୯୩ ବ୍ୟାଚ ଆଇପିଏସ ବିନୟତୋଷ ମିଶ୍ରଙ୍କୁ ଅଗ୍ନିଶମ ସେବା ଡିଜି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେ ବର୍ତ୍ତମାନ ଅତିରିକ୍ତ ଡିଜିପି ଓ ଏସସିଆରବିର ନିର୍ଦ୍ଦେଶକ ଅଛନ୍ତି ।

Exit mobile version