Site icon ଆଜିକାଲି

ତାଡୋବା ଜଙ୍ଗଲରୁ ଶିମିଳିପାଳକୁ ଆସିବେ ଦୁଇ ମହାବଳ ବାଘ

ମୟୁରଭଞ୍ଜ : ମହାରାଷ୍ଟ୍ରର ତାଡୋବା ଜଙ୍ଗଲରୁ ଶିମିଳିପାଳକୁ ଆସିବ ଦୁଇଟି ମହାବଳ ବାଘ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଶିମିଳିପାଳର ସ୍ୱତନ୍ତ୍ର ଟିମ୍‌ ମହାରାଷ୍ଟ୍ରର ଯାଇଥିବା ଜଣାପଡ଼ିଛି। ଆସନ୍ତା ସପ୍ତାହ ମଧ୍ୟରେ ଶିମିଳିପାଳକୁ ଦୁଇଟି ମହାବଳ ବାଘ ଆସିବ। ଶିମିଳିପାଳର କ୍ଷେତ୍ର ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକଙ୍କ ସହ ବନ୍ୟଜନ୍ତୁ ଡାକ୍ତରୀଦଳ ଏବଂ ତାଲିମପ୍ରାପ୍ତ ବନ କର୍ମଚାରୀ ଓ ଶିମିଳିପାଳର ରାପିଡ ରେସପନ୍ସ ଟିମକୁ ନେଇ ଗଠିତ ଏକ ଦଳ ମହାରାଷ୍ଟ୍ର ଯାଇଥିବା ସୂଚନା ମିଳିଛି।

ମହାରାଷ୍ଟ୍ରର ତାଡୋବା ଜଙ୍ଗଲରୁ ଏହି ଦୁଇ ମହାବଳ ବାଘ ଆସିବେ। ଶିମିଳିପାଳର ସ୍ୱତନ୍ତ୍ର ଟିମ୍ ତାଡ଼ୋବା ଯାଇ ବାଘ ଚିହ୍ନଟ କରିବା ପରେ ଆଇନ ଅନୁଯାୟୀ ବିଭିନ୍ନ ପ୍ରକ୍ରିୟା କରାଯାଇ ବାଘ ଅଣାଯିବ। ପୂର୍ବରୁ ଶିମିଳିପାଳ ବାଘ ବଂଶ ବୃଦ୍ଧି ପାଇଁ ଦେଶର ଉତ୍ତମ ସ୍ଥାନ ବୋଲି ଏନଟିସିଏ ସ୍ପଷ୍ଟ କରିଥିଲା। ଏହି ପରିପ୍ରେକ୍ଷୀରେ ଶିମିଳିପାଳକୁ ଦୁଇଟି ମହାବଳ ଅଣା ଯାଉଥିବା ସ୍ପଷ୍ଟ କରିଛନ୍ତି ପିସିସିଏଫ । ଏଥିପାଇଁ ପୂର୍ବ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ୨୮ଟି ବାଘ ଥିବା ଜଣାପଡିଛି।

FacebookTwitterLinkedinWhatsapp
Exit mobile version