Site icon ଆଜିକାଲି

ଦୁଇଟି ନିର୍ମାଣଧିନ ବିଲ୍ଡିଂକୁ ସିଲ୍ କଲା ବିଡ଼ିଏ

ଭୁବନେଶ୍ବର : ଦୁଇଟି ନିର୍ମାଣଧିନ ବିଲ୍ଡିଂକୁ ସିଲ୍ କଲା ବିଡ଼ିଏ । ବିଡ଼ିଏ ଜଏଣ୍ଟ ଏନଫୋର୍ସମେଣ୍ଟ କମିଶନରଙ୍କ ନେତୃତ୍ବରେ ଏହି ସିଲ୍ କରାଯାଇଛି । ବିଡ଼ିଏର ଅଭିଯୋଗ ଅନୁଯାୟୀ ଦୁଇଟିଯାକ ପ୍ରୋଜେକ୍ଟ ବେନିୟମ ଭାବେ ନିର୍ମାଣ ଚାଲିଥିଲା । ଏବେ ସେହି ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି ।

ପ୍ରଥମ ପ୍ରୋଜେକ୍ଟଟି ଡ଼େଲଟା ଛକରେ ଥିବା ସେଭେନ୍ ଷ୍ଟାର ହୋଟେଲର ନିର୍ମାଣ । ଏହି ସେଭେନ୍ ଷ୍ଟାର ହୋଟେଲର ନିର୍ମାଣ ପାଇଁ ବିଡ଼ିଏ ପକ୍ଷରୁ ଦିଆଯାଇଥିବା ଟାଇମଲାଇନ୍ ପିରିୟଡ୍ ଶେଷ ହୋଇଯାଇଥିଲା । ଯେଉଁ ସମୟ ଭିତରେ ବିଲଡିଂ ନିର୍ମାଣ ଶେଷ ହେବା କଥା ସେ ସମୟ ଭିତରେ ଏହାର ନିର୍ମାଣ ଶେଷ କରିପାରିନଥିଲେ ଏହାର ମାଲିକ । ୬ ମାସ ହେଲାଣି ଅବଧି ପିରିୟଡ଼ ସରିଯାଇଥିବା ବେଳେ ନିର୍ମାଣ କାମ ଚଲାଇଥିଲେ ମାଲିକ । ଏହାଛଡ଼ା ବିଡ଼ିଏକୁ ବିଲଡିଂ ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କାର ଯେଉଁ ରାଜସ୍ବ ଦେବା କଥା ତାହା ବି ଡ଼ିପୋଜିଟ୍ କରିନଥିଲେ ମାଲିକ ।

ଅନ୍ୟପଟେ ଭରତପୁରରେ ଥିବା ୬ ମହଲା ବିଲଡିଂକୁ ମଧ୍ୟ ସିଲ୍ କରିଛି ବିଡ଼ିଏ । ଏଠାରେ ମଲ୍ଟି ମାର୍କେଟ୍ କମ୍ପ୍ଲେକ୍ସ ତିଆରି କାମ ଚାଲିଥିଲା । ଏହାର ମାଲିକ ବିଡ଼ିଏ ସହ ଚଞ୍ଚକତା କରି ବିଲଡିଂ ତିଆରି କରୁଥିଲା । ଉଭୟ ବିଲଡିଂକୁ ସିଲ୍ କରିଛି ବିଡ଼ିଏ ଏନଫୋର୍ସମେଣ୍ଟ । ୧୪୪ ଧାରା ଜାରି ପରେ ଶ୍ରମିକମାନଙ୍କୁ ବାହାର କରାଯାଇ ଦୁଇ ବିଲଡିଂକୁ ସିଲ୍ କରାଯାଇଛି । ବିଡ଼ିଏ ଜଏଣ୍ଟ ଏନଫୋର୍ସମେଣ୍ଟ କମିଶନର ଡ଼ ଶ୍ବେତ କୁମାର ଦାଶ ସୂଚନା ଦେଇଛନ୍ତି ।

Exit mobile version