Site icon ଆଜିକାଲି

ଦୁଇ ଯୁବକ ସବୁଜ ଭାରତ ସନ୍ଦେଶ ନେଇ କୋରାପୁଟ ରୁ କେଦାରନାଥ ସାଇକେଲ ଯାତ୍ରା


ନବରଙ୍ଗପୁର, ନି ପ୍ର: ସବୁଜ ଭାରତ ସନ୍ଦେଶ ନେଇ କୋରାପୁଟ ରୁ କେଦାରନାଥ ସାଇକେଲ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି ଲମତା ପୁଟ ର ଦୁଇ ଯୁବକ।ସୁରେନ୍ଦ୍ର ମୁଦୁଲି ବୟସ ୨୨ ବର୍ଷ, ବାବୁଲା ମୁଦୁଲି ବୟସ ୨୨ ବର୍ଷ ଦୁଇ ବନ୍ଧୁ କୋରାପୁଟ ଠାରୁ କେଦାରନାଥ ପର୍ୟ୍ୟନ୍ତ ସାଇକେଲ ଯୋଗେ ଯାତ୍ରା କରି ସମାଜ ପାଇଁ ଏକ ଉଦାହରଣ ସାଜିଛନ୍ତି। ସବୁଜ ଭାରତ ଗଢ଼ିବା ଦୁହିଁଙ୍କ ସ୍ଵପ୍ନ। ଦୁହିଁଙ୍କ ମଧ୍ୟରେ ଜଣେ ବାବୁଲା ଜଣେ ୟୁ ଟ୍ୟୁବର ହୋଇଥିବାରୁ ତାଙ୍କ ୟୁଟ୍ୟୁବରେ ସମସ୍ତ ଯାତ୍ରା ଭିଡିଓ ଉତ୍ତଳନ କରିବା ସହ ଦୀର୍ଘ ୨୨୦୦ କିମି ଯାତ୍ରା କରିବା ପରେ ପୁଣି ସାଇକେଲ ରେ ଫେରିବା ପାଇଁ ବାହାରିଥିବା କହିଛନ୍ତି ଦୁଇ ଯୁବ ସମାଜସେବୀ। ସବୁଜ ଭାରତ ଗଠନ କରିବା ଦିଗରେ ନିଜ ଯାତ୍ରା ସମୟରେ ରାସ୍ତାରେ ଆସୁଥିବା ସମସ୍ତ ଗ୍ରାମ ତଥା ସହର ର ଜନ ଗହଳି ଠାରେ ସବୁଜ ଭାରତ ଗଢ଼ିବା ପାଇଁ ବୃକ୍ଷ ରୋପଣ କରିବା ପାଇଁ ଅନୁରୋଧ କରୁଥିବା ବେଳେ ପରିବେଶ ସୁରକ୍ଷା ବାର୍ତା ଦେଉଥିବା କହିଛନ୍ତି ଦୁଇ ସମାଜସେବୀ। ସାଇକେଲ ଯୋଗେ ଯାତ୍ରା ସମୟରେ ଲୋକଙ୍କ ଠାରୁ ଖାଦ୍ୟ ପାନୀୟ ଗ୍ରହଣ କରି ଯାତ୍ରା ସମାପନ କରିବା ଲକ୍ଷ ରଖି ଥିବା କହିଛନ୍ତି ବାବୁଲା ମୁଦୁଲି। ଏହି ଦୁଇ ଯୁବକ ଙ୍କ ଅଭିନବ ପ୍ରୟାସ ପ୍ରତି ଜିଲ୍ଲା ତଥା ସମସ୍ତଙ୍କ ମୁହଁରୁ ଦୁହିଁଙ୍କୁ ପ୍ରଂଶସା କରୁଥିବା ସହ ସେଲ୍ଫି ନେଉଥିବା ଦେଖିବାକୁ ମିଳିଛି।

Exit mobile version