Site icon ଆଜିକାଲି

ନଡିଆ ଗଛ ପଡି ଦୁଇ ଯୁବକଙ୍କ ମୃତ୍ୟୁ

ପୁରୀ: କୋଣାର୍କ ନିମାପଡା ଚିତ୍ରା ଗାଁ କେନାଲ ନିକଟରେ ଅଘଟଣ। ନଡିଆ ଗଛ ପଡି ଦୁଇ ଯୁବକଙ୍କ ମୃତ୍ୟୁ , ଜଣେ ଆହତ। ଆଜି ସକାଳେ ୩ଜଣ ଯୁବକ ଏକ ସ୍କୁଟିରେ ବନ୍ଧୁ ଘରକୁ ଯାଇ ଫେରୁଥିଲେ। ବାଟରେ ଆସିବା ବେଳେ ୩ ଜଣଙ୍କ ଉପରେ ଏକ ନଡିଆ ଗଛ ପଡିଯାଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରେଟିଲୋ ପଞ୍ଚାୟତର ମିଥୁନ ପ୍ରଧାନ ଓ ତ୍ରିଲୋଚନ ପ୍ରଧାନ । ବିଶ୍ୱରଞ୍ଜନ ଆଚାର୍ୟ୍ୟଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

Exit mobile version