Site icon ଆଜିକାଲି

ଆଜି ଆସିବ ୟୁଜିସି ନିଟ୍ ଫଳାଫଳ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ପରୀକ୍ଷଣ ଏଜେନ୍ସି (ଏନଟିଏ) ଶନିବାର ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିଟ୍ ପରୀକ୍ଷାର ଫଳାଫଳ ଘୋଷଣା କରିବାକୁ ଯାଉଛି । ୟୁଜିସି ଅଧ୍ୟକ୍ଷ ଏମ ଜଗଦ୍ଦୀଶ କୁମାର ବୁଧବାର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଷ୍ଟ୍ରୀୟ ପରୀକ୍ଷଣ ଏଜେନ୍ସି ନଭେମ୍ବର ୫, ଶନିବାର ଦିନ ଏନଟିଏ ୱେବ୍‌ସାଇଟରେ ୟ୍ରୁଜିସି-ନିଟ୍ ଫଳାଫଳ ଘୋଷଣା କରିବ । ପ୍ରାର୍ଥୀମାନେ ଅଫିସିଆଲ ସାଇଟ୍ ଏନଟିଏ.ଏସି.ଇନ୍ ଏବଂ ୟୁଜିସିଏନଇଟି.ଏନଟିଏ.ଏନଆଇସି ରେ ୟୁଜିସି ନିଟ୍ ରେଜଲ୍ଟ ୨୦୨୨ ଯାଂଚ କରିପାରିବେ ।

Exit mobile version