Site icon ଆଜିକାଲି

ଭିଜିଲାନ୍ସ ଜାଲରେ ଉଜ୍ଜଳାପୁର ବନଖଣ୍ଡ ଅଧିକାରୀ

ସୁନ୍ଦରଗଡ଼ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲା ଉଜ୍ଜଳାପୁର ବନ ଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ମଣିହୀରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ସୁନ୍ଦରଗଡ଼, ସମ୍ବଲପୁର ଓ ବଲାଙ୍ଗିର ଜିଲାରେ ବନ ଅଧିକାରୀଙ୍କ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ।

ସମ୍ବଲପୁର ଜିଲା ବୁର୍ଲା ସହରରେ ଥିବା ତିନି ମହଲା କୋଠା, ବଲାଙ୍ଗୀର ଜିଲା ଚନ୍ଦନଭଟି ଗ୍ରାମ ପଞ୍ଚାୟତର ପୈତୃକ ବାହମନିପାଲି ଗ୍ରାମରେ ଥିବା ଘର, ବଲାଙ୍ଗୀର ସହରର ନେହେରୁ ନଗରରେ ଥିବା ସମ୍ପର୍କୀୟଙ୍କ ଘର, ଉଜ୍ଜଳାପୁର ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଥିବା ମଣିହୀରାଙ୍କ ଅଫିସ ଚାମ୍ବର ଓ ସରକାରୀ କ୍ୱାର୍ଟର ଚଢ଼ାଉ ଚାଲିଛି । ଚଢାଉରେ ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର,୨ ଏଏସଆଇ ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀମାନେ ସାମିଲ ହୋଇଛନ୍ତି।

Exit mobile version