Site icon ଆଜିକାଲି

ରୋଜଗାର ନଦେଲେ ଆନ୍ଦୋଳନ କୁ ଓହ୍ଲାଇବେ ଉଜ୍ଜଳା ଦିଦି

କେନ୍ଦୁଝର, (ନିପ୍ର) କେନ୍ଦ୍ର ସରକାର ସାଧାରଣ ଗରିବ ଲୋକଙ୍କ ପାଇଁ ବହୁ ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନା ଗୁଡିକ ମଧ୍ୟରେ ଉଜ୍ଜଳା ଯୋଜନା ଅନ୍ୟତମ। ଏହି ଯୋଜନା ମାଧ୍ୟମରେ ବିପିଏଲ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ମାଗଣାରେ ଗ୍ୟାସ ଯୋଗାଇ ଦିଆଯାଇଥିଲା। ଏହି ଯୋଜନା କୁ ଘରେ ଘରେ ପହଞ୍ଚାବା ପାଇଁ ସରକାର ଉଜ୍ଜଳା ଦିଦି ଙ୍କୁ ନିଯୁକ୍ତ କରିଥିଲେ। ଏମାନେ ଘର ଘର ବୁଲି ଗରିବ ହିତାଧିକାରୀଙ୍କୁ ଗ୍ୟାସ ଯୋଗାଇ ଦେଇଥିଲେ। ଏହା ସହ ଉଜ୍ଜଳା ବଲବ ମଧ୍ୟ ଯୋଗାଣ କାର୍ଯ୍ୟ ଏହି ଦିଦି ମାନଙ୍କ ଦ୍ଵାରା ସରକାର କାର୍ଯ୍ୟ କରାଇଥିଲେ। ଏହି ଯୋଗାଣ ପାଇଁ ସରକାର ଏହି ଦିଦି ମାନଙ୍କୁ କମିଶନ ମାଧ୍ୟମରେ ପାଉଣା ଦେଇଥିଲେ। ଏମାନଙ୍କ ଦ୍ଵାରା ସରକାର ବହୁ ଜନ ହିତକର କାର୍ଯ୍ୟ କରାଇବା ସହ କେନ୍ଦ୍ର ଯୋଜନାକୁ ଘରେ ଘରେ ପହଞ୍ଚାଇବା ଲାଗି ନିୟୋଜିତ କରିଥିଲେ। କିନ୍ତୁ ଏହି ଉଜ୍ଜଳା ଦିଦି ମାନଙ୍କୁ ଏବେ ସରକାର ଆଉ କୌଣସି ଯୋଜନାରେ ଅନ୍ତର୍ଭକ୍ତ କରୁ ନଥିବା ଅଭିଯୋଗ କରିଛନ୍ତି ଉଜ୍ଜଳା ଦିଦି ମାନେ। ସରକାର ଏହି ଉଜ୍ଜଳା ଦିଦିଙ୍କୁ ନିୟମିତ କରିବା ପାଇଁ ପ୍ରତିଶ୍ରୁତି ଦେଇ ଏଥିରୁ ଓହରି ଯାଇଥିବା ଅଭିଯୋଗ କରିଛନ୍ତି ଉଜ୍ଜଳା ଦିଦି କର୍ମଚାରୀ ମାନେ। ଏଥିପାଇଁ ଏହି ଉଜ୍ଜଳା ଦିଦି ମାନେ ଏକତ୍ରିତ ହୋଇ ସଂଘ ଗଠନ କରିଛନ୍ତି। ଭାରତୀୟ ମଜଦୂର ସଂଘ ଦ୍ଵାରା ଅନୁବନ୍ଧିତ ହୋଇ ଏହି ସଂଘ ତାର ହକ ପାଇବା ପାଇଁ ଦାବି କରିଛି। ଆଜି ଏନେଇ ଉଜ୍ଜଳା କର୍ମଚାରୀ ସଂଘ ପକ୍ଷରୁ ଏକ ଜିଲ୍ଲା ସ୍ଥରିୟ ବୈଠକ ସ୍ଥାନୀୟ ରୋଟାରୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉଜ୍ଜଳା କର୍ମଚାରୀଙ୍କୁ ତାଙ୍କ ଦାବି ପୂରଣ ପାଇଁ ଦରକାର ପଡିଲେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବ ବୋଲି ସଂଘ ପକ୍ଷରୁ ଆହ୍ବାନ ଦିଆଯାଇଛି। ସରକାର ଦାବି ମାନି ନିୟମିତ ନକଲେ ଏଥିପାଇଁ ଦରକାର ପଡିଲେ ଉଜ୍ଜଳା କର୍ମଚାରୀ ସଂଘ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିଏମ୍ଏସ୍ ର ଉମାକାନ୍ତ ଦାସ ।

FacebookTwitterLinkedinWhatsapp
Exit mobile version