Site icon ଆଜିକାଲି

୨୪ରୁ କଟକରେ ଅଲଟିମେଟ୍ ଖୋ ଖୋ ଲିଗ୍ ସିଜନ୍ -୨, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଟିକେଟ୍ ପ୍ରଦାନ

ଭୁବନେଶ୍ୱର – ଆସନ୍ତା ୨୪ ତାରିଖରୁ ଆରମ୍ଭ ହେଉଛି ଅଲଟିମେଟ୍ ଖୋ ଖୋ ଲିଗର ଦ୍ୱିତୀୟ ସଂସ୍କରଣ। କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେଉଥିବା ଲିଗର ପ୍ରଥମ ଟିକେଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି। ଅଲଟିମେଟ୍ ଖୋ ଖୋ ଲିଗର ସିଇଓ ତଥା ଲିଗ୍ କମିଶନର ତେଜିଂ ନିୟୋଗୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଟିକେଟ୍ ପ୍ରଦାନ କରିଛନ୍ତି।

ଅଲଟିମେଟ୍ ଖୋ ଖୋ ଲିଗର ଦ୍ଵିତୀୟ ସଂସ୍କରଣର ଉଦଘାଟନୀ ମ୍ୟାଚ ଆୟୋଜକ ତଥା ଡିଫେଣ୍ଡିଂ ଚାମ୍ପିୟନ ଓଡିଶା ଜଗରନଟ୍ ଓ ରାଜସ୍ଥାନ ୱରିୱର୍ସ ମଧ୍ୟରେ ଖେଳାଯିବ ।

Exit mobile version