Site icon ଆଜିକାଲି

କ୍ରିକେଟ ମ୍ୟାଚରେ ଭୁଲ ନିଷ୍ପତ୍ତି ଦେଇଥିବା ଅଭିଯୋଗରେ ଅମ୍ପାୟରଙ୍କୁ ହତ୍ୟା

କଟକ : କ୍ରିକେଟ ମ୍ୟାଚ ଚାଲିଥିବା ବେଳେ ଅମ୍ପାୟରଙ୍କୁ ହତ୍ୟା। ଅମ୍ପାୟରଙ୍କ ଏକ ନିଷ୍ପତ୍ତିର ବିରୋଧରୁ ଗଣ୍ଡଗୋଳ ଓ ଏଥିରୁ ତାଙ୍କୁ ହତ୍ୟା କରାଯିବା ଭଳି ଅଭାବନୀୟ ଘଟଣା କଟକ ଜିଲା ଚୌଦ୍ୱାର ଥାନା ମହିଁସାଲଣ୍ଡା ଗାଁରେ । ମ୍ୟାଚରେ ଅମ୍ପାୟର ହୋଇଥିବା ମହିଁସାଲଣ୍ଡା ଗ୍ରାମର ୨୨ ବର୍ଷିୟ ଲକି ରାଉତ ଛୁରାମାଡରେ ପ୍ରାଣ ହରାଇଛନ୍ତି। ଛୁରା ମାଡ଼ କରିଥିବା ଜଣେ ଯୁବକକୁ ଗ୍ରାମବାସୀ କାବୁ କରି ଅଟକ ରଖିଥିଲେ। ଚୌଦ୍ଵାର ପୋଲିସ ତାକୁ ଗିରଫ କରିଛି। ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ସୂଚନା ଯେ, ମହିଁଷାଲଣ୍ଡା ଗାଁ ରେ ଆଜି କ୍ରିକେଟ ମ୍ୟାଚ ଚାଲିଥିବା ବେଳେ ଦୁଇଟି ଟିମ୍ ଭିତରେ ଗଣ୍ଡଗୋଳ ହୋଇଥିଲା। ଡାଳିଯୋଡା ବ୍ରହ୍ମପୁର ଓ ଶଙ୍କରପୁର ଟିମ୍‌ ମଧ୍ୟରେ ମ୍ୟାଚ୍‌ ଖେଳା ଯାଉଥିଲା। ଖେଳ ଚାଲୁଥିବା ବେଳେ ଅମ୍ପାୟାର ଭୁଲ ନିଷ୍ପତ୍ତି ଦେଇଥିବା ଅଭିଯୋଗ ନେଇ ଗଣ୍ଡଗୋଳ ହୋଇଥିଲା। ଅମ୍ପାୟର ହୋଇଥିବା ଲକି ରାଉତ ଭୁଲ ନିଷ୍ପତ୍ତି ଦେଇଥିବା ନେଇ ଡାଳିଯୋଡ଼ା ବ୍ରହ୍ମପୁର ଗ୍ରାମର ଯୁବକ ସ୍ମୃତିରଞ୍ଜନ ରାଉତ ତାଙ୍କୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ। ଲକି ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ତାକୁ କଟକ ବଡ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

FacebookTwitterLinkedinWhatsapp
Exit mobile version