Site icon ଆଜିକାଲି

କାଲିଠୁ କଳିଙ୍ଗ ଷ୍ଟାଡିୟମରେ ୧୭ ବର୍ଷରୁ କମ୍ ମହିଳା ବିଶ୍ଵକପ


ଭୁବନେଶ୍ବର : ଆସନ୍ତାକାଲିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ବକପ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି କଳିଙ୍ଗ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର ସୈ।ମେନ୍ଦ୍ର ପ୍ରିୟଦର୍ଶୀ । ଫୁଟବଲ୍ ବିଶ୍ବକପ ପାଇଁ ଚାରି ସ୍ତରୀୟ ସୁରକ୍ଷା ବଳୟରେ ରହିବ କଳିଙ୍ଗ ଷ୍ଟାଡିୟମ । ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୦ ଇନସପେକ୍ଟର ରହିବେ ।

୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଶାନ୍ତି ଶୃଙ୍ଖଳାରେ ମ୍ୟାଚ ଶେଷ କରିବା ପାଇଁ ଫୋକସ ରଖିଛି କମିଶନରେଟ୍‌ ପୋଲିସ । ଷ୍ଟାଡ଼ିୟମ ଭିତରେ ସାଧା ପୋଷାକରେ ପୋଲିସ ମୁତୟନ ରହିବେ । ପାର୍କିଂ ଆଉ ଟ୍ରାଫିକକୁ ଗୁରୁତ୍ଵ ଦିଆଯିବ । କଳିଙ୍ଗରେ ଗ୍ରୁପ ଏ ର ସବୁ ମ୍ୟାଚ ଖେଳାଯିବ । ଆୟୋଜକ ଭାରତ,ଆମେରିକା, ବ୍ରାଜିଲ ଓ ମରକ୍କୋ ଏହି ଗ୍ରୁପ ରେ ରହିଛନ୍ତି ।

Exit mobile version