Site icon ଆଜିକାଲି

ଆଜି ଦିନିକିଆ ସମ୍ବଲପୁର ଗସ୍ତରେ ଯିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର : ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିନିକିଆ ସମ୍ବଲପୁର ଗସ୍ତରେ ଯିବେ । ବୀର ସୁରେନ୍ଦ୍ର ସାଏ ୨୧୫ ତମ ଜୟନ୍ତି ଅବସରରେ ହେବେ ସାମିଲ । ବୀର ସୁରେନ୍ଦ ସାଏଙ୍କ ଜନ୍ମ ପିଠ ଗାଁ ଖିଣ୍ତା ଯିବାର କାର୍ଯ୍ୟକ୍ରମ ରହିଛି । ବିରାଟ ପଦଯାତ୍ରାରେ ବାହାରି ବୀରସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପୁଷ୍ପମାଲ୍ୟପଣ କରିବେ କେନ୍ଦ୍ରମନ୍ତ୍ରୀ ।

ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀକୁ ନେଇ ଆଇଆଇଏମ ଓ ଆଇସିଏଚଆରର ମିଳିତ ଉଦ୍ୟମରେ ଆୟୋଜିତ ସେମିନାର ପରାକ୍ରମ ଦିବସରେ ଯୋଗ ଦେବେ । ଏହା ପରେ ସମ୍ବଲପୁର ବରେଇପାଲି ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଗସ୍ତ କରିବେ । ସଂଧ୍ୟାରେ ମାଁ ସମଲେଶ୍ଵରୀ ମନ୍ଦିର ପହଚି ଦର୍ଶନ କରିବେ । ଶେଷରେ ମାନେଶ୍ଵର ବ୍ଲକ ସ୍ଥିତ ପରମାଣପୁରଠାରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବରେ ସାମିଲ ହେବେ ।

Exit mobile version