Site icon ଆଜିକାଲି

ପଦମପୁର ଉପ-ନିର୍ବାଚନ : ଆଜି ଠାରୁ ୩ ଦିନିଆ ପ୍ରଚାରରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପଦମପୁର/ଭୁବନେଶ୍ୱର : ପଦମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବା ୩ ଦିନିଆ କାର୍ଯ୍ୟକ୍ରମରେ ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ମଙ୍ଗଳବାର, ବୁଧବାର ଓ ଗୁରୁବାର ପଦମପୁରରେ ପ୍ରଚାର କରିବା ସହ ଆସନ୍ତା ୩ ତାରିଖରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଆଜି ସକାଳ ୧୧.୩୦ରୁ ମାଣ୍ଡୋସିଲଠାରେ ଏକ ଜନସଭା କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଚାର ଆରମ୍ଭ କରିବେ । ମିଠାପାଲି, ପାଇକମାଳ, ହିରାପୁର, ନୂଆ ଗାଁ, ଝାରମୁଣ୍ଡାରେ ରୋଡ ସୋ, ପଦଯାତ୍ରା କରିବେ । ଅପରାହ୍ନ ୪.୩୦ରେ ଭେଙ୍ଗରାଜପୁରରେ ଏକ ସାଧାରଣ ଜନସଭାକୁ ସମ୍ବୋଦ୍ଧିତ କରିବେ । ଏହାପରେ ମାଲଦା, ପଲସଦା ଓ ଖଇରାରେ ରୋଡ ସୋ କାର୍ଯ୍ୟକ୍ରମ ରହିଛି । ଆଜି ଶେଷ କାର୍ଯ୍ୟକ୍ରମ ଭାବରେ ସନ୍ଧ୍ୟା ୬.୩୦ରେ ବିଜାଡିହରେ ଏକ ସାଧାରଣ ଜନସଭାରେ ଶ୍ରୀ ପ୍ରଧାନ ଯୋଗ ଦେବେ । ସେହିଭଳି ନଭେମ୍ବର ୩୦ ଓ ଡିସେମ୍ବର ୧ ତାରିଖରେ ପଦମପୁର ନିର୍ବାଚନ ମଣ୍ଡଳୀର ଅନ୍ୟ ସ୍ଥାନମାନଙ୍କରେ ସେ ପ୍ରଚାର କରିବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

Exit mobile version