Site icon ଆଜିକାଲି

ଆଜି ଢେଙ୍କାନାଳ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ଆଜି ଢେଙ୍କାନାଳ ଗସ୍ତରେ ଆସୁଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରବିବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଢେଙ୍କାନାଳ ଜିଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମରେ ପହଞ୍ଚିବେ । କେନ୍ଦ୍ର କୌଶଳ ବିକାଶ ମନ୍ତ୍ରାଳୟ (ଏନ୍‌ଏସ୍‌ଡିସି) ତରଫରୁ କୌଶଳ ମହୋତ୍ସବରେ ଯୋଗ ଦେବେ। ଏବଂ ଦକ୍ଷତା ଅନୁଯାୟୀ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ।

ଶିକ୍ଷାମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି, ସାରଙ୍ଗଧର ଷ୍ଟାଡିୟମକୁ ପ୍ରସ୍ତୁତ କରାଯାଇଛି। ୨୦ରୁ ଅଧିକ ସେକ୍ଟର ନିମନ୍ତେ ୫୦ରୁ ଊର୍ଦ୍ଧ୍ବ କମ୍ପାନୀ ରାଜ୍ୟ ତଥା ରାଜ୍ୟ ବାହାରୁ ନାମିଦାମି କମ୍ପାନୀ ଏଠି ଯୋଗ ଦେଇ ନିଯୁକ୍ତି ପ୍ରଦାନ କରିବେ। ଉଭୟ ଅନଲାଇନ୍ ଓ ଅଫଲାଇନରେ ଜିଲ୍ଲାରେ ୧୦ରୁ ଅଧିକ ସ୍ଥାନରେ ପଞ୍ଜୀକରଣ କରାଯାଉଛି। ପାଖାପାଖି ୮ ହଜାରରୁ ଅଧିକ ଯୁବକ ଯୁବତୀ ଏଠାକୁ ନିଯୁକ୍ତି ପାଇଁ ଆସିବେ। ତେଣୁ ବିଭାଗ ତରଫରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କାମାକ୍ଷାନଗର ଉପଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କ ସହ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

Exit mobile version