Site icon ଆଜିକାଲି

୨୭ରେ ପଦମପୁରରେ ପ୍ରଚାର କରିବେ କେନ୍ଦ୍ର ରେଳ ଓ କୃଷିମନ୍ତ୍ରୀ

ପଦମପୁର /ଭୁବନେଶ୍ୱର : ପଦମପୁର ଉପନିର୍ବାଚନରେ ବିଜେପି ପାର୍ଥୀ ପ୍ରଦିପ ପୁରୋହିତଙ୍କ ପାଇଁ ପ୍ରଚାର କରିବା ପାଇଁ ଆସନ୍ତା ନଭେମ୍ବର ୨୭ (ରବିବାର)ରେ କେନ୍ଦ୍ରୀୟ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆସୁଛନ୍ତି । ସେମାନେ ନଭେମ୍ବର ୨୭ ତାରିଖ ଦିନ ସକାଳ ୧୧ଟାରେ ସେମାନଙ୍କର ନିର୍ବାଚନ ସଭା କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ସେହିଭଳି ଆସନ୍ତାକାଲଇ ଅର୍ଥାତ୍ ନଭେମ୍ବର ୨୬ ତାରିଖରେ ପଦମପୁର ନିର୍ବାଚନ ମଣ୍ଡଳୀର ଝାରବନ୍ଧ ବ୍ଲକରେ ନିର୍ବାଚନୀ ସଭାରେ ଯୋଗ ଦେବେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ବୈଜୟନ୍ତ ପଣ୍ଡା ଓ ସମ୍ବିତ ପାତ ଆସନ୍ତା କାଲି ଝାରବନ୍ଧ ବ୍ଲକର ବିଳାସପୁର ଗ୍ରାମ ପଂଚାୟତରେ ସକାଳ ୧୧ଟାରେ ନିର୍ବାଚନୀ ସଭା କରିବେ । ଏହା ପରେ ସମ୍ବିତ ପାତ୍ର କୁମୀର ଓ ଜଗଦଳପୁରରେ ଆଉ ଦୁଇଟି ନିର୍ବାଚନୀ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୁଜାରି, ସଂଗିତା ସିଂହଦେଓ, ବସନ୍ତ ପଣ୍ଡା, ଜୁଏଲ ଓରାମ, ବରିଷ୍ଠ ନେତା କନକ ବର୍ଦ୍ଦନ ସିଂହଦେଓ, ମନମୋହନ ସାମଲ ଆଦି ପ୍ରଚାର କରିଥିଲେ ।

Exit mobile version