Site icon ଆଜିକାଲି

ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ମନ୍ତ୍ରୀ କେନ୍ଦୁଝର ଗସ୍ତକରି ବିଭିନ୍ନ ବିଭାଗର କଲେ ସମୀକ୍ଷା


କେନ୍ଦୁଝର, ଆଜି ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କେନ୍ଦୁଝର ଗସ୍ତ କରି ସମ୍ମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ର ବିଭିନ୍ନ ପ୍ରକଳ୍ପ ବିଷୟରେ ସମୀକ୍ଷା କରିଛନ୍ତି । ଆଦିବାସୀ ଉନ୍ନୟନ ସଂସ୍ଥା ଓ ଖୁଦ୍ର ଜଳ ସେଚନ ବିଭାଗ ତଥା ଅନ୍ୟାନ୍ୟ କେତେକ ବିଭାଗର ଅଧିକାରୀ ମାନଙ୍କ ସହିତ ବିଭିନ୍ନ ପ୍ରକଳ୍ପ ସମ୍ବନ୍ଧରେ ସମୀକ୍ଷା ଓ ଆଲୋଚନା କରିଥିଲେ । କେନ୍ଦ୍ର ମନ୍ତ୍ରୀ ଙ୍କ ସହିତ ସଦର ବିଧାୟକ ମୋହନଚରଣ ମାଝୀ ମଧ୍ୟ ଉପସ୍ଥିତ ରହି ସମୀକ୍ଷା ବୈଠକରେ ବିଭିନ୍ନ ବିନ୍ଦୁ ଉପରେ ଆଲୋଚନା କରିଥିଲେ । ମନ୍ତ୍ରୀ ବୈଠକ ପରେ ଏକ ସ୍ଥାନୀୟ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଯାଇଥିଲେ । ଆଜି ସନ୍ଧ୍ୟାରେ ଜିଲ୍ଲା ଗସ୍ତ ସାରି କଟକ ଯିବାର କାର୍ଯ୍ୟକ୍ରମ ରହିଛି । ବୈଠକ ଶେଷରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆଜିର ବୈଠକ ସମ୍ପର୍କରେ ସୂଚନା ଦେଇଥିଲେ । ସୌମ୍ୟ ପଟ୍ଟନାୟକ ଙ୍କୁ ବିଜେଡି ଦଳ ର ଉପ ସଭାପତି ପଦରୁ ବହିଷ୍କାର କରାଯିବା ନେଇ କେନ୍ଦ୍ର ମନ୍ତ୍ରୀ ବିଶେସ୍ଵର ଟୁଡ଼ୁ ଙ୍କ ପ୍ରତିକ୍ରୀୟାରେ ମନ୍ତ୍ରୀ କହିଲେ ସୌମ୍ୟ ପଟ୍ଟନାୟକ ହିମାଳୟ ଭଳିଆ ତାଙ୍କୁ ଦଳରୁ ବାହାର କରିଦେଲେ ତାଙ୍କ ର କିଛି ଫରକ ପଡିବ ନାହିଁ ସେ ଯେଉଁଠି ଠିଆ ହେବେ ସେଠି ହିମାଳୟ ଭଳି ଠିଆ ହେବେ ।

Exit mobile version