Site icon ଆଜିକାଲି

ଆଜି ଆଠଗଡ଼ ବିଜେପି କୋର କମିଟି ବୈଠକ, ଯୋଗଦେବେ ଦୁଇ କେନ୍ଦ୍ରମନ୍ତ୍ରୀ

ଆଠଗଡ଼ : ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ । ଆଜି ଆଠଗଡ଼ରେ ବିଜେପି କୋର କମିଟି ବୈଠକରେ ଯୋଗଦେବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ । ଅନ୍ୟପଟେ ବଡ଼ମ୍ବାରେ ପହଞ୍ଚି ଭଟ୍ଟାରିକା ମନ୍ଦିର ପରିଦର୍ଶନ କରିବେ । ପରେ ଚମ୍ପେଶ୍ବର ମନ୍ଦିର କଲ୍ୟାଣ ମଣ୍ଡପରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ।

ଅନ୍ୟପଟେ ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ସାଗର ପରିକ୍ରମା ପର୍ଯ୍ୟାୟ- XI କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା । ଗୋପାଳପୁର ପୋର୍ଟରେ ପହଞ୍ଚିବା ପରେ ଆର୍ଯ୍ୟପାଲିରେ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରିବେ। ବାଲୁଗାଁରେ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରି ମତ୍ସ୍ୟଜୀବୀଙ୍କ ଘରେ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି।

Exit mobile version