Site icon ଆଜିକାଲି

ରାଷ୍ଟ୍ରପତିଙ୍କ ସ୍ଵାଗତ ପାଇଁ ସଜେଇ ହେଉଛି ଭୁବନେଶ୍ବରର ୟୁନିଟ-୨ ସ୍କୁଲ

ଭୁବନେଶ୍ବର : ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମାଡାମ୍ ପ୍ରେସିଡେଣ୍ଟଙ୍କ ସ୍ବାଗତ ପାଇଁ ସଜେଇ ହେଉଛି ଭୁବନେଶ୍ବରର ୟୁନିଟ-୨ ସ୍କୁଲ । ଆଜି ରାଷ୍ଟ୍ରପତି ଭୁବନେଶ୍ବର ସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ୟୁନିଟ-୨ସ୍ଥିତ କୁନ୍ତଳା କୁମାର ସାବତ ଆଦିବାସୀ ବାଳିକା ଛାତ୍ରାବାସ ପରିଦର୍ଶନ କରିବେ । ଏହି ଅବସରରେ ସେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହିତ ମତବିନିମୟ କରିବେ। ଏହାସହିତ ମହାମହିମ ଭୁବନେଶ୍ବରରେ ଥିବା ଜୟଦେବ ଭବନଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ବର ୟୁନିଟ-୨ ବାଳିକା ହାଇସ୍କୁଲ ଓ କୁନ୍ତଳାକୁମାରୀ ସାବତ ଛାତ୍ରୀ ନିବାସ ରାଷ୍ଟ୍ରପତିଙ୍କ ଆସିବା ନେଇ ସଜେଇ ହୋଇଛି । ରାଷ୍ଟ୍ରପତି ମୁର୍ମୁ ୧୯୭୦ ମସିହାରୁ ୧୯୭୪ ଯାଏଁ ଏଠାରେ ଅଷ୍ଟମରୁ ଏକାଦଶ ପଢ଼ିଥିଲେ ଓ ସେହି ହଷ୍ଟେଲରେ ରହୁଥିଲେ ।

Exit mobile version